ଟାଙ୍ଗିଆ ବେଣ୍ଟରେ ପିଟିପିଟି ମାରିଦେଲା ସ୍ବାମୀ

ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ରଙ୍ଗିଆଟିକ୍ରା ଗ୍ରାମପଞ୍ଚାୟତ ତୁରିପଡା ଗ୍ରାମରେ ଜଣେ ବ୍ୟକ୍ତି ତାଙ୍କ ପତ୍ନୀକୁ ରାଗରେ ପିଟିପିଟି ମାରିଦେଇଥିବା ଅଭିଯୋଗ ହୋଇଛି...

Husband beat her to death

Husband beat her to death

କୁଚିଣ୍ଡା: ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ରଙ୍ଗିଆଟିକ୍ରା ଗ୍ରାମପଞ୍ଚାୟତ ତୁରିପଡା ଗ୍ରାମରେ ଜଣେ ବ୍ୟକ୍ତି  ତାଙ୍କ ପତ୍ନୀକୁ ରାଗରେ ପିଟିପିଟି ମାରିଦେଇଥିବା ଅଭିଯୋଗ ହୋଇଛି। ମୃତ କଳିଙ୍ଗା ବାଘଙ୍କର ବୟସ ୩୫ ବର୍ଷ।

ଅଭିଯୁକ୍ତ ସ୍ବାମୀ ପ୍ରଦୀପ ବାଘଙ୍କୁ ଗୋବିନ୍ଦପୁର ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ମୃତ ମହିଳାଙ୍କ ଭାଇ ବାବୁଲୁ ମାଝୀଙ୍କ ଅଭିଯୋଗ କ୍ରମେ ୧୦୩(୧) ବିଏନଏସ ୪୩/୨୫ ରେ ଏକ ମାମଲା ରୁଜୁ କରାଯାଇଛି।

ଅଭିଯୋଗ ଅନୁଯାୟୀ ରଙ୍ଗିଆଟିକ୍ରା ତୁରୀପଡାର ପ୍ରଦୀପ ବାଘ ସୁନ୍ଦରଗଡ ସଦର ଥାନା ସିଆଲବାହାଲ ଗ୍ରାମର କଳିଙ୍ଗାକୁ ବିବାହ କରିଥିଲେ।ତାଙ୍କର ଦୁଇ ଝିଅ ଓ ଗୋଟିଏ ପୁଅ ଅଛନ୍ତି। ରବିବାର ରାତିରେ କୈାଣସି କଥାକୁ ନେଇ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ପରେ ମାରପିଟ ହୋଇଥିଲା। ଏହି ଘଟଣାରେ ପ୍ରଦୀପ ଉତ୍ୟକ୍ତ ହୋଇ ଏକ ଟାଙ୍ଗିଆ ବେଣ୍ଟରେ  କଳିଙ୍ଗାଙ୍କୁ ନିସ୍ତୁକ ମାଡ଼ ମାରି ବେହୋସ କରିଦେଇଥିଲେ।

ଅଧିକ ପଢ଼ନ୍ତୁ: “ଭାରତୀୟ ଅଂଚଳ ପିଓକେକୁ ଖାଲି କର...” ପାକିସ୍ତାନକୁ କହିଲା ଭାରତ

ପରେ ଗୁରୁତର ଅବସ୍ଥାରେ କଳିଙ୍ଗାଙ୍କୁ ରାତିରେ ଏକ ଆମ୍ବୁଲାନ୍ସରେ ଗୋବିନ୍ଦପୁର ଥାନାକୁ ଚିକିତ୍ସା ପାଇଁ ଆଣିଥିଲେ। ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରି ପୁଲିସକୁ ଖବର ଦେଇଥିଲେ। 

ଖବର ପାଇ ମୃତ ମହିଳାଙ୍କ ଭାଇ ଏନେଇ ଗୋବିନ୍ଦପୁର ଥାନାରେ ଅଭିଯୋଗ କରିବା ପରେ ପୁଲିସ ମୃତଦେହକୁ ଜବତ କରି ପ୍ରଦୀପକୁ ଗିରଫ କରି ତାଙ୍କ ଘରୁ ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆ ବେଣ୍ଟକୁ ଜବତ କରି କୋର୍ଟଚାଲାଣ କରିଛନ୍ତି। କୁଚିଣ୍ଡା ଏସଡିପିଓ ପ୍ରଦୀପ ଦାସଙ୍କ ଉପସ୍ଥିତିରେ ସାଇଣ୍ଟିଫିକ୍ ଦଳ ଏହାର ତଦନ୍ତ କରୁଛନ୍ତି।

ଅଧିକ ପଢ଼ନ୍ତୁ: କୁଚିଣ୍ଡାରେ ଅଦ୍ବିକା ଟେଲେଣ୍ଟ ହଣ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe