ଦାରିଦ୍ର୍ୟରୁ ବୀଭତ୍ସ କାଣ୍ଡ: ସ୍ତ୍ରୀ, ଶିଶୁପୁତ୍ରକୁ ହତ୍ୟା ପରେ ଆତ୍ମହତ୍ୟା

Advertisment
ଓଡ଼ିଶାରେ ପାରିବାରିକ ଆତ୍ମହତ୍ୟା ସର୍ବାଧିକ

Telegraph India

ଛତ୍ରପୁର : ଦାରିଦ୍ରୢର ତାଡ଼ନା ଓ ଅର୍ଥାଭାବରୁ ସୃଷ୍ଟି ପାରିବାରିକ କଳହର କରୁଣ ପରିଣତି। ୧୦ ମାସର ଶିଶୁ ଓ ପତ୍ନୀକୁ ନିର୍ମମ ଭାବେ ହତ୍ୟା କରିବା ପରେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଲା ସ୍ବାମୀ। ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ତଳପୁଟବଗଡ଼ ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ବୁଧବାର ଆଲୋଡ଼ନ ସୃଷ୍ଟି କରିଛି।

ମିଳିଥିବା ସୂଚନାନୁଯାୟୀ, ଛତ୍ରପୁର ବ୍ଲକ୍ ଟାଙ୍ଗଣାପଲ୍ଲୀ ପଞ୍ଚାୟତ ତଳପୁଟବଗଡ଼ ଗ୍ରାମର ଶୋଭା ପ୍ରଧାନଙ୍କ ଦୁଇପୁଅ ହେଉଛନ୍ତି ସୁଜନ ଓ ସଦାନନ୍ଦ। ଘରର ଉପରମହଲାରେ ସୁଜନ ପତ୍ନୀ ରୁନି ଓ ପୁଅ ରୁମେଶ ସହ ରହୁଥିବା ବେଳେ ତଳମହଲ‌ାରେ ସଦାନନ୍ଦ ଏବଂ ମାଆ ଶୋଭା ରହୁଥିଲେ। ସୁଜନ ୨ ବର୍ଷ ତଳେ ଚରଣ ପ୍ରଧାନଙ୍କ ଝିଅ ରୁନିଙ୍କୁ ବିବାହ କରିଥିବା ବେଳେ ଭାଗଚାଷୀ ଭାବେ କାମ କରୁଥିଲେ। କିନ୍ତୁ କରୋନା ଯୋଗୁଁ ସୁଜନଙ୍କ ଆର୍ଥିକ ସ୍ଥିତି ଦୋହଲିଯାଇଥିଲା। ହାତକରଜରେ ସେ ଡୁବିଯାଇ ମାନସିକ ଦୁଶ୍ଚିନ୍ତା ମଧ୍ୟରେ ଗତି କରୁଥିଲେ। ଏହାମଧ୍ୟରେ ରୁନି ଗର୍ଭବତୀ ହେବା ପରେ ମାଆ ଘରକୁ ଯାଇଥିଲେ। ପୁଅକୁ ୭ ମାସ ହୋଇଥିବା ବେଳେ ସ୍ବାମୀଙ୍କ ପାଖକୁ ତଳପୁଟବଗଡ଼ ଗ୍ରାମକୁ ଫେରିଥିଲେ। କିନ୍ତୁ ପୁଅ ଜନ୍ମ ସତ୍ତ୍ବେ ସୁଜନଙ୍କ ମନରେ ଖୁସି ନଥିଲା। ଏହାମଧ୍ୟରେ ସେ ପତ୍ନୀ ରୁନିଙ୍କୁ ୫ହଜାର ଟଙ୍କା ମାଆ ଘରୁ ଆଣିବା ଲାଗି ଚାପ ପକାଉଥିଲେ। ଏଥିପାଇଁ ଉଭୟଙ୍କ ମଧ୍ୟରେ ଅଶାନ୍ତି ଲାଗି ରହିଥିଲା। ଗତକାଲି ଉଭୟ ମିଶି କାଠ ଆଣିବାକୁ ଯାଇ ରାତିରେ ଖାଇ ପିଇ ଶୋଇଥିଲେ।

ବୁଧବାର ସକାଳେ ମାଆ ଶୋଭା ଉପର ଘରକୁ ଯାଇ ରାସନକାର୍ଡ଼ରେ ଚାଉଳ ଆଣିବା ଲାଗି ଯିବାକୁ ସୁଜନଙ୍କୁ ଡାକିଥିଲେ। କିନ୍ତୁ କେହି ମଧ୍ୟ କବାଟ ଖୋଲି ନଥିଲେ କି, କାହାର ପାଟି ଶୁଭାଯାଇ ନଥିଲା। କିଛି ଅଘଟଣର ଆଶଙ୍କା କରି ମାଆ ଶୋଭା ପଡ଼ୋଶୀ ଏବଂ ବଡ଼ପୁଅ ସଦାନନ୍ଦଙ୍କୁ ଡାକିଥିଲେ। କବାଟ ଭାଙ୍ଗିଲା ପରେ ୩ ଜଣଙ୍କ ଶବ ଦେଖି ସମସ୍ତେ ହତବାକ୍ ପାଲଟିଯାଇଥିଲେ। ପତ୍ନୀ ରୁନି (୨୮)ଙ୍କ ବେକକୁ ବ୍ଲେଡ଼୍‌ରେ କଟାଯାଇଥିବା ବେଳେ ୧୦ ମାସର ପୁଅ ରୁମେଶର ତଣ୍ଟି ଚିପାଯାଇଥିଲା। ସୁଜନ ବେକରେ ଦଉଡ଼ି ଦେଇ ଝୁଲି ପଡ଼ିଥିଲେ। ଉଭୟଙ୍କୁ ହତ୍ୟା କରିବା ପରେ ସୁଜନ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe