କରୋନାରେ ଅଭାବ ଅନଟନର କରୁଣ ପରିଣତି: ସ୍ତ୍ରୀ-ଝିଅଙ୍କୁ ହତ୍ୟା କରି ସ୍ବାମୀର ଆତ୍ମହତ୍ୟା

Advertisment
ଓଡ଼ିଶାରେ ପାରିବାରିକ ଆତ୍ମହତ୍ୟା ସର୍ବାଧିକ

Telegraph India

ଜଗତସିଂହପୁର ଟାଉନ୍ : କରୋନା କାଳରେ ଦୋହଲି ଯାଇଥିବା ଆର୍ଥିକ ସ୍ଥିତି ଯେ କେତେ କରୁଣ ଆଉ ବୀଭତ୍ସ ରୂପ ନେଇ ପାରେ ତାହାର ପ୍ରମାଣ ସାମନାକୁ ଆସିଛି ଜଗତସିଂହପୁର ଅଞ୍ଚଳରେ। ସ୍ତ୍ରୀ ଓ ଝିଅକୁ ହତ୍ୟା କରିବା ପରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଛି। ଏହି ଘଟଣା ଘଟିଛି ଜଗତସିଂହପୁର ଥାନା ଶାଳଜଙ୍ଗ ପଚାଂୟତ ଚାନ୍ଦପାଟଣା ଗାଁରେ। ଲୋକନାଥ ପାଲ୍(୫୩) ତାଙ୍କ ପତ୍ନୀ କଳ୍ପନା ପାଲ୍(୪୭) ଓ ଝିଅ ମଧୁସ୍ମିତା ପାଲ୍(୨୦)ଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି। କରୋନାରେ କାମ ଧନ୍ଦା ନଥିବାରୁ ଅଭାବ ଅନଟନ ଓ ପାରିବାରିକ କଳହ ପାଇଁ ଏଭଳି ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି।

ପାରିପାର୍ଶ୍ବିକ ସ୍ଥିତିରୁ ପୁଲିସ ଯାହା ସନ୍ଦେହ କରୁଛି, ସେଥିରେ ଲୋକନାଥ ପ୍ରଥମେ ସ୍ତ୍ରୀ ଓ ଝିଅଙ୍କୁ ହତ୍ୟା କଲା ପରେ ନିଜେ ଘରର ସିଲିଂ ଫ୍ୟାନ୍‌ରେ ଝୁଲି ପଡ଼ି ଆତ୍ମହତ୍ୟା କରିଛନ୍ତି। ଲୋକନାଥ ରାଜମିସ୍ତ୍ରି ଭାବେ କାମ କରନ୍ତି। କରୋନା କଟକଣା ପାଇଁ ଛଅ ମାସ ହେବ କାମ ନ ମିଳିବାରୁ ଲୋକନାଥ ଘରେ ବସି ରହୁଥିଲେ। ପରିବାର ଭରଣପୋଷଣ କଷ୍ଟକର ହୋଇ ପଡ଼ିଥିଲା। ପୁଅ ପଙ୍କଜ ପାଳ ୪ ବର୍ଷ ତଳେ ବିବାହ କରି ଭୁବନେଶ୍ବରରେ ରହୁଛନ୍ତି। ସ୍ତ୍ରୀ କଳ୍ପନା ପକ୍ଷାଘାତରେ ଆକ୍ରାନ୍ତ। ଲୋକନାଥ ଉଚ୍ଚ ରକ୍ତଚାପ ସହ ପେଟ ରୋଗରେ ଯନ୍ତ୍ରଣା ଭୋଗୁଥିଲେ। ଔଷଧ କିଣିବାକୁ ଟଙ୍କା ବି ନଥିଲା। ଝିଅ ମଧୁସ୍ମିତା ଜଣେ ମେଧାବୀ ଛାତ୍ରୀ। କାଦୁଅପଡ଼ା ମହିଳା ମହାବିଦ୍ୟାଳୟରେ ଯୁକ୍ତ ତିନି ଶେଷ ବର୍ଷ ପାଠ ପଢ଼ୁଥିଲେ। ଆସନ୍ତା ସପ୍ତାହର ମଙ୍ଗଳବାର ଦିନ ଝିଅର ଫର୍ମପୂରଣ ହୋଇଥାନ୍ତା। କିନ୍ତୁ ସେଥିପାଇଁ ଟଙ୍କା ନଥିଲା। ଏସବୁ ଭିତରେ ନିଜର ମାନସିକ ଭାରସାମ୍ୟ ହରାଇ ବସିଥିଲେ ଲୋକନାଥ। ଗ୍ରାମବାସୀଙ୍କ ସୂଚନା ଅନୁସାରେ ଲୋକନାଥ ଗାଁରେ କହି ବୁଲୁଥିଲେ ଯେ ଟଙ୍କାଟିଏ ରୋଜଗାର ନାହିଁ। ପରିବାର ତ ଚଳେଇ ପାରୁନି। ଝିଅର ପାଠ ପଢ଼ା, ବାହାଘର କେମିତି କରିବି? ତାଙ୍କ ଦୁହିଁଙ୍କୁ ମାରି ନିଜେ ମରି ଗଲେ ଭଲ ହେବ। ପୂର୍ବରୁ ଲୋକନାଥ ଏମିତି କହୁଥିବା ବେଳେ ପଡ଼ୋଶୀ ଲୋକ ତାଙ୍କୁ ବୁଝାସୁଝା କରିଥିଲେ। କିନ୍ତୁ ଶେଷକୁ ସେ ଏପରି ଚରମ ନିଷ୍ପତ୍ତି ନେଇଥିବା କୁହାଯାଉଛି।

ଆଜି ଭୋର ୫ଟା ବେଳକୁ ପଡ଼ିଶା ଘରର ଜଣେ ସ୍ତ୍ରୀ ଲୋକ ଫୁଲ ତୋଳିବାକୁ ଆସିଥିବା ବେଳେ ଅଧା ଖୋଲା ଥିବା ଝରକାରେ ଲୋକନାଥଙ୍କ ମୃତଦେହ ପଙ୍ଖାରେ ଝୁଲୁ ଥିବା ଦେଖିବାକୁ ପାଇଥିଲେ। ଘଟଣା ପ୍ରଘଟ ହେଲା ପରେ ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। ଲୋକନାଥଙ୍କ ଭାଇ ଶଙ୍କର ଓ ଅନ୍ୟମାନେ ପଙ୍ଖାରୁ ମୃତଦେହକୁ ତଳକୁ ଆଣିଥିଲେ। କଳ୍ପନା ଓ ମଧୁସ୍ମିତା ରକ୍ତ ଜୁଡ଼ୁବୁଡ଼ୁ ହୋଇ ତଳେ ପଡ଼ିଥିଲେ। ତୁରନ୍ତ କଳ୍ପନା ଓ ମଧୁସ୍ମିତାଙ୍କୁ ଆମ୍ବୁଲାନ୍ସରେ ଜଗତସିଂହପୁର ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା। ଡାକ୍ତର ମଧୁସ୍ମିତାଙ୍କୁ ମୃତ ଘୋଷଣା କରିଥିଲେ। କଳ୍ପନାଙ୍କୁ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରେ କଳ୍ପନାଙ୍କର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe