ପାଚେରି କାନ୍ଥ ପଡ଼ି ଗୁରୁତର ଥିବା ଦମ୍ପତିଙ୍କ ମଧ୍ୟରୁ ସ୍ବାମୀଙ୍କର ଡାକ୍ତରଖାନାରେ ମୃତ୍ୟୁ

ପାଚେରି କାନ୍ଥ ପଡ଼ି ଗୁରୁତର ଥିବା ଦମ୍ପତିଙ୍କ ମଧ୍ୟରୁ ସ୍ବାମୀଙ୍କର ଡାକ୍ତରଖାନାରେ ମୃତ୍ୟୁ

image source-health.odisha.gov.in

ଅନୁଗୁଳ: ଗତକାଲି ପାଚେରି କାନ୍ଥ ପଡ଼ି ଗୁରୁତର ହୋଇଥିବା ଦମ୍ପତିଙ୍କ ମଧ୍ୟରୁ ସ୍ବାମୀଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛିl ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ସକାଳ ୭ ଟାରେ ଅନୁଗୁଳ ଜିଲ୍ଲାର ବାଗେଡ଼ିଆ ଗଡ଼ଭିତର ସାହିର ସଦାନନ୍ଦ ବେହେରା(୫୨) ଓ ତାଙ୍କ ପତ୍ନୀ ବେବି(୪୭) ଘରଅଗଣାରେ ଥିବା ସମୟରେ ତାଙ୍କ ଉପରେ ପଡ଼ିଶାଘର ବାଜି ପ୍ରଧାନଙ୍କ ପାଚେରି କାନ୍ଥ ଭୁଶୁଡ଼ି ପଡ଼ିଥିଲାl

ସଦାନନ୍ଦଙ୍କ ଘରକୁ ଲାଗି ଆଲମିରା ତିଆରି କାରଖାନାର ପାଚେରି ରହିଛି। ଗତକାଲି ସ୍ୱାମୀସ୍ତ୍ରୀ ଘରେ ଥିଲା ବେଳେ ଏହି ପାଚେରିଟି ଘର ଉପରେ ଭୁଶୁଡ଼ି ପଡ଼ିଥିଲା। ସଦାନନ୍ଦ ଓ ତାଙ୍କ ସ୍ତ୍ରୀ କାନ୍ଥ ତଳେ ଚାପି ହୋଇଯାଇଥିଲେ। ଏଥିରେ ଉଭୟ ସଦାନନ୍ଦ ଓ ବେବି ଗୁରୁତର ଆହତ ହୋଇଥିଲେ। ପଡ଼ୋଶୀମାନେ ଏହି ଦମ୍ପତିଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ପ୍ରଥମେ ଛେଣ୍ଡିପଦା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ଉଭୟଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲାl

publive-image

ସେଠାରେ ସଦାନନ୍ଦଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକର ଏସସିବିକୁ ନେବା ଲାଗି ଡାକ୍ତର ପରାମର୍ଶ ଦେଇଥିଲେ। କିନ୍ତୁ ସେଥିଲାଗି ଆମ୍ବୁଲାନ୍ସ ଯୋଗାଡ଼ ହୋଇପାରି ନଥିଲା। ଅବଶେଷରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହିଁ ଗତକାଲି ରାତିରେ ସଦାନନ୍ଦଙ୍କର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe