ପତ୍ନୀଙ୍କ ମୃତ୍ୟୁର ୧୯ ଦିନ ପରେ ପତି ମୃତ, ୫ ପୁଅଝିଅ ଅନାଥ

Advertisment
ପତ୍ନୀଙ୍କ ମୃତ୍ୟୁର ୧୯ ଦିନ ପରେ ପତି ମୃତ, ୫ ପୁଅଝିଅ ଅନାଥ

greaterjammu

କୋମନା: ନୂଆପଡ଼ା ଜିଲ୍ଲା କୋମନା ସଦର ମହକୁମା ତଳ ଗୌଡ଼ପଡ଼ାର ଖୁସିରାମ ବାଗ (୫୩)ଙ୍କ ପତ୍ନୀ ଗୁନଦେଇ ବାଗ (୫୦)ଙ୍କ ଗତ ମାସ ୨୫ ତାରିଖ ଦିନ ବିୟୋଗ ଘଟିଥିଲା। ଏହାର ୧୯ ଦିନ ପରେ ଅର୍ଥାତ ଗତ ୧୪ ତାରିଖ ଦିନ ଖୁସିରାମଙ୍କ ମଧ୍ୟ ପରଲୋକ ଘଟିଛି। ଫଳରେ ସେମାନଙ୍କର ୫ ପୁଅଝିଅ ପିତାମାତାଙ୍କୁ ହରାଇ ଅନାଥ ହୋଇ ଯାଇଛନ୍ତି।

ସୂଚନା ମୁତାବକ, ଏହି ଦମ୍ପତି କୁଲି ମୁଜରି କରି ପରିବାର ପ୍ରତିପୋଷଣ କରୁଥିଲେ। ଗୁନଦେଇ ‌ରୋଗାକ୍ରାନ୍ତ ହୋଇ ଗତ ମାସ ପ୍ରାଣ ହରାଇଥିଲେ। ଏହାର ୧୯ ଦିନ ପରେ ଖୁସିରାମ‌ ମଧ୍ୟ ରୋଗରେ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ସେମାନଙ୍କର ୬ ପୁଅଝିଅ ମଧ୍ୟରୁ ବଡ଼ ଝିଅର ବାହାଘର ସରିଛି। ବର୍ତ୍ତମାନ ବଡ଼ ଭାଇ କାର୍ତ୍ତିକଙ୍କ ସହ ଅନ୍ୟ ଦୁଇ ଭାଇ ଓ ଦୁଇ ଭଉଣୀ ଅଛନ୍ତି। ଏହି ପରିବାରର ଜମିବାଡ଼ି ନଥିବା ବେଳେ ସେମାନଙ୍କୁ ପ୍ରଶାସନ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe