ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର

କାଜୁ ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଜବତ: ପରିବାର ଆଣିଲା ହତ୍ୟା ଅଭିଯୋଗ

Shutterstock

ଉଲୁଣ୍ଡା: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍ ଗଣ୍ଡାବାହାଲ ଛକ ନିକଟରେ ଗୁରୁବାର ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଜଣେ ବ୍ୟକ୍ତିଙ୍କ ମୁତ୍ୟୁ ହୋଇଥିବାବେଳେ ତାଙ୍କ ସ୍ତ୍ରୀ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତା’ଙ୍କୁ ପ୍ରଥମେ ଉଲୁଣ୍ଡା ଡାକ୍ତରଖାନାରେ ପ୍ରାଥମିକ ଚିକତ୍ସା କରାଯିବା ପରେ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ମୃତକ ହେଲେ ଗଣ୍ଡାବାହାଲର ବାଲ୍ମୀକି ପୁରୋହିତ(୫୦) ଏବଂ ଗୁରୁତର ତାଙ୍କ ପତ୍ନୀ ସୁବାସିନୀ ପୁରୋହିତ (୩୮)। ଘରର ଛାତ ଉପରକୁ ମରାମତି ପାଇଁ  ସ୍ୱାମୀ ସ୍ତ୍ରୀ ଦୁହେଁ ଷ୍ଟିଲ୍ ରେଲିଂ ନେଇ ଯାଉଥିବା ବେଳେ ଛାତ ଉପର ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯାଇଥିଲେ। ଘଟଣାସ୍ଥଳରେ ହିଁ ବାଲ୍ମୀକିଙ୍କ ମୃତ୍ୟୁ ହୋଇ ଯାଇଥିଲା। ସୁବାସିନୀ ଗୁରୁତର ଭାବରେ ପୋଡ଼ି ଯାଇଛନ୍ତି। ଉଲୁଣ୍ଡା ପୁଲିସ ଏସଆଇ ସରୋଜ ପାଣିଗ୍ରାହୀ ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଉଲୁଣ୍ଡା ଡାକ୍ତରଖାନାରେ ବାଲ୍ମୀକିଙ୍କ ମୃତଦେହ ରଖା ଯାଇଥିବା ବେଳେ ଶୁକ୍ରବାର ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରାଯିବ ବୋଲି ପୁଲିସ ସୂଚନା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe