ଦୁର୍ଘଟଣାରେ ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର

Advertisment
ଦୁଇଟି ବାଇକ୍‌କୁ ଧକ୍କା ଦେଲା ପିକ୍ଅପ୍: ପୁତୁରା ମୃତ

iStock

ବାଲିକୁଦା: ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ରତ୍ନଗିରି-କୃଷ୍ଣଦାସପୁର ପୂର୍ତ୍ତ ବିଭାଗ ରାସ୍ତାର ମୂଷାଟିକିରି ନିକଟରେ ଗତକାଲି ରାତିରେ ଏକ ଦୁର୍ଘଟଣାରେ ସ୍ବାମୀଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି। ମୃତବ୍ୟକ୍ତି ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ଗ୍ରାମର ନିରଞ୍ଜନ ଦାସ(୪୩)। ସୂଚନାନୁସାରେ, ମୂଷାଟିକିରି ଗ୍ରାମର ଜଣେବ୍ୟକ୍ତି ନିଜ ବ୍ୟକ୍ତିଗତ ବ୍ୟବହାର ପାଇଁ ରାସ୍ତା ଉପରେ ମାଟି ଗଦା କରିଥିଲେ। ମଙ୍ଗଳପୁର ଗ୍ରାମର ନିରଞ୍ଜନ ଦାସ ଓ ତାଙ୍କ ପତ୍ନୀ ଏକ ବିବାହ କାର୍ଯ୍ୟରେ ଯୋଗଦେଇ ବରୀ ଥାନା ଅନ୍ତର୍ଗତ ଗମୁରୁ ଫେରୁଥିବା ବେଳେ ଉକ୍ତ ମାଟି ଗଦା ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ। ବିପରୀତ ଦିଗରୁ ଆସୁଥିବା ଓଡି-୦୪ଏଲ୍‌-୦୧୦୫ ବାଇକ୍ ସହ ନିରଞ୍ଜନଙ୍କ ବାଇକ୍‌ ନମ୍ବର ଓଡି-୦୪ଆର୍‌-୪୭୧୬ ମୁହାଁମୁହିଁ ଧକ୍କା ହୋଇଥିଲା।

ନିରଞ୍ଜନ ଓ ତାଙ୍କପତ୍ନୀ ତଳେ ପଡ଼ି ସଂଜ୍ଞାହୀନ ହୋଇପଡ଼ିଥିଲେ। ସ୍ଥାନୀୟ ଲୋକେ ଆମ୍ବୁଲାନ୍ସରେ ସେମାନଙ୍କୁ ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ସେଠାରେ ଡାକ୍ତର ନିରଞ୍ଜନଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ନିରଞ୍ଜନଙ୍କ ଭାଇ ଅକ୍ଷୟ ବାଲିଚନ୍ଦ୍ରପୁର ଥାନାରେ ଅଭିଯୋଗ କରିଛନ୍ତି। ବାଲିଚନ୍ଦ୍ରପୁର ପୁଲିସ ୨୩୩/୨୨ ରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଥାନାଧିକାରୀ ରମାକାନ୍ତ ମୁଦୁଲି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe