ଟଙ୍କା ମାଗିବାକୁ ନେଇ ଦଂପତିଙ୍କ ମଧ୍ୟରେ କଳି: ଠେଲିଦେଲେ ସ୍ତ୍ରୀ, ଘଟଣାସ୍ଥଳରେ ସ୍ବାମୀଙ୍କ ମୃତ୍ୟୁ

Advertisment
କାଜୁ ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଜବତ: ପରିବାର ଆଣିଲା ହତ୍ୟା ଅଭିଯୋଗ

Shutterstock

ବରଗଡ଼: ଟଙ୍କା ମାଗିବାକୁ ନେଇ ଦଂପତିଙ୍କ ମଧ୍ୟରେ କଳି ହୋଇଛି। ଏଥିରେ ସ୍ତ୍ରୀ ଉତ୍ତେଜିତ ହୋଇ ସ୍ବାମୀଙ୍କୁ ଠେଲି ଦେଇଛନ୍ତି। ଫଳର‌େ ସ୍ବାମୀଙ୍କର ମୃତ୍ୟୁ ହୋଇଛି। ବରଗଡ଼ ଟାଉନଥାନା ଅନ୍ତର୍ଗତ ଡେମ କଲୋନିରେ ଗୁରୁବାର ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତ ବ୍ୟକ୍ତି ହେଲେ ବୁଲୁ ବାରିକ।

ସୂଚନା ଅନୁସାରେ ଗତକାଲି (ଗୁରୁବାର) ବିଳମ୍ବିତ ରାତିରେ ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ କଳହ ହୋଇଥିଲା। ସ୍ୱାମୀ ବୁଲୁ ବାରିକ ସ୍ତ୍ରୀ ଜ୍ୟୋତି ପ୍ରଧାନକୁ ଟଙ୍କା ମାଗିଥିଲେ। କିନ୍ତୁ ଜ୍ୟୋତି ଟଙ୍କା ଦେବା ପାଇଁ ରାଜି ନଥିଲେ। ଏନେଇ ଉତ୍ତ୍ୟକ୍ତ ଅବସ୍ଥାରେ ସ୍ୱାମୀଙ୍କୁ ସ୍ତ୍ରୀ ଠେଲି ଦେଇଥିଲେ। ଫଳରେ ସ୍ୱାମୀଙ୍କ ତଳେ ପଡ଼ି ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇଁ ବରଗଡ଼ ଟାଉନ ପୁଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି। ମୃତଦେହ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe