ଚକାପାଦ: କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ କୁସୁମେଣ୍ଡି ପଞ୍ଚାୟତ ପାଣ୍ଡଲି ଗ୍ରାମରେ ବୁଧବାର ଦିନ ବିଳମ୍ବିତ ରାତିରେ ଶୋଇଥିବା ଅବସ୍ଥାରେ ଏକ ବିଷଧର ସାପ ଘରଭିତରେ ପଶି କାମୁଡିବାରୁ ଫୁଲବାଣୀ ମୁଖ୍ୟ ଡାକ୍ତରଖାନାରେ ସ୍ଵାମୀ ବୃଦ୍ଧ ବିମଳ କହଁର (୬୦) ମୃତ୍ୟୁବରଣ ହୋଇଥିବା ବେଳେ ସ୍ତ୍ରୀ ସତ୍ୟଭାମା ଗୁରୁତର ହୋଇ ଚିକିତ୍ସିତ ହେଉଥିବା ନେଇ ପରିବାର ଲୋକେ କହିଛନ୍ତି। ଘଟଣାସ୍ଥଳରେ ଫୁଲବାଣୀ ଟାଉନ୍ ଥାନା ପୁଲିସ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଥିବା ଜଣାଯାଇଛି। ପ୍ରକାଶ ଅନୁଯାୟୀ ବିମଳ ଓ ସତ୍ୟଭାମା ଶୋଇଥିବା ବେଳେ ସାପଟି ପ୍ରଥମ ବିମଳଙ୍କ ହାତକୁ କାମୁଡିବା ପରେ ସତ୍ୟଭାମାକୁ ମଧ୍ୟ କାମୁଡି ଦେଇଥିଲା। ଏତିକି ବେଳେ ବିଦ୍ୟୁତ ନଥିବା ସହ ବିଏସ୍ଏନ୍ଏଲ ନେଟୱର୍କ ନଥିବାରୁ ଯଥା ଶୀଘ୍ର ଆମ୍ବୁଲାନ୍ସକୁ ଯୋଗାଯୋଗ ହୋଇପାରିନଥିଲା। ବିଳମ୍ବରେ ଉଭୟଙ୍କୁ ପ୍ରଥମେ ଖଜୁରୀପଡ଼ା ସ୍ଵାସ୍ଥ୍ୟକେନ୍ଦ୍ର ଓ ପରେ ଫୁଲବାଣୀ ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ବିମଳଙ୍କୁ ମୃତ ଘୋଷଣା କରାଯାଇଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us