ରାଜଧାନୀରେ ଦମ୍ପତି ଆତ୍ମହତ୍ୟା ଉଦ୍ୟମ: ସ୍ତ୍ରୀଙ୍କ ପରେ ସ୍ୱାମୀଙ୍କର ଜୀବନ ଗଲା

ସର୍ପାଘାତରେ ନାବାଳିକା ମୃତ

ଭୁବନେଶ୍ବର: ରାଜଧାନୀରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଦମ୍ପତିଙ୍କ ଭିତରୁ ସ୍ତ୍ରୀ ଆଗେ ଚାଲିଯାଇଥିଲେ। ଏବେ ସ୍ୱାମୀଙ୍କର ମୃତ୍ୟୁ ହୋଇଛି। ହାଇଦ୍ରାବାଦରେ ଚିକିତ୍ସାଧୀନ ଅବସ୍ଥାରେ ସ୍ୱାମୀ ସଞ୍ଜୟ ପେରିୱାଲଙ୍କ ମୃତ୍ୟୁ ହୋଇଛି।

ରାଜଧାନୀର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଥିବା ସିଦ୍ଧେଶ୍ଵରୀ ଆପାର୍ଟମେଣ୍ଟରେ ଗତ ୧୫ ତାରିଖରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ପାରିବାରିକ କଳହରୁ ସ୍ବାମୀ  ସଂଜୟ ଓ ପତ୍ନୀ ସଞ୍ଜନା ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଉଭୟଙ୍କ ଭିତରୁ ସ୍ତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ, ସ୍ୱାମୀ ଗୁରୁତର ଥିବା ଜଣାଯାଇଥିଲା। ଆଜି ସଞ୍ଜୟଙ୍କ ହାଇଦ୍ରାବାଦରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ପୁଅ ଓ ଝିଅ ସ୍କୁଲ ଯାଇଥିବା ବେଳେ ସ୍ୱାମୀ ଓ ସ୍ତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଫ୍ୟାନରେ ଓଢ଼ଣୀ ଲଗାଇ ସ୍ୱାମୀ ସ୍ତ୍ରୀ ଝୁଲି ପଡିଥିବା ବେଳେ ସଞ୍ଜୟ ଏସିଡ ପିଇଥିଲେ। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ପାରିବାରିକ କଳହରୁ ଏଭଳି ଘଟଣା ଘଟିଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe