ସାପ କାମୁଡ଼ାରେ ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର

Advertisment
ସାପ କାମୁଡ଼ାରେ ଛାତ୍ରୀଙ୍କ ମୃତ୍ୟୁ

Symbolic picture by voanews.com

ଚଣ୍ଡିଖୋଲ : ବିଷଧର ସାପ କାମୁଡ଼ାରେ ସ୍ୱାମୀଙ୍କ ମୃତ୍ୟୁ ଘଟିଛି। ଏ ଦୁଃଖ ସହି ନପାରି ପତ୍ନୀ ବିଷ ପିଇ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଏଭଳି ଦୁଃଖଦ ଘଟଣା ବଡ଼ଚଣା ବ୍ଲକ ଅଣକା ପଞ୍ଚାୟତ ମହାଦେଇପୁର ଗ୍ରାମରେ ଘଟିଛି।

ମୃତ ଯୁବକ କେଶବ ଚନ୍ଦ୍ର ଜେନାଙ୍କ ପୁଅ ଉମାକାନ୍ତ (୨୮)। ସେ ଗତକାଲି ରାତିରେ ଶୋଇଥିବା ବେଳେ ତାଙ୍କୁ ଏକ ବିଷଧର ସାପ କାମୁଡି ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ତାଙ୍କୁ ବଞ୍ଚାଇ ପାରିନଥିଲେ। ଏହା ଶୁଣି ଘରେ ଥିବା ଉମାକାନ୍ତଙ୍କ ପତ୍ନୀ ରାନୁ ଜେନା ବିଷ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ମଧ୍ୟ କଟକ ବଡ଼ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଉମକାନ୍ତଙ୍କ ଅକାଳ ବିୟୋଗରେ ଜିଲ୍ଲାପରିଷଦ ସଭ୍ୟା ସସ୍ମିତା ମହାନ୍ତି ଗଭୀର ଶୋକ ପ୍ରକାଶ କରି ରାନୁଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe