Advertisment

ପତ୍ନୀ ହତ୍ୟା ମାମଲାରେ ସ୍ୱାମୀକୁ ଆଜୀବନ କାରାଦଣ୍ଡ

Advertisment
ଯୌତୁକଜନିତ ନିର୍ଯାତନାରୁ ମୃତ୍ୟୁ: ସ୍ବାମୀଙ୍କ ସହ ଶ୍ବଶୁର-ଶାଶୂଙ୍କୁ ୧୦ ବର୍ଷ ଲେଖାଏ ଜେଲ୍

Photo: Representation

ଆସିକା: ଆସିକା ଥାନା ଅଧୀନ ମଙ୍ଗଳପୁର ଗ୍ରାମରେ ୨୦୨୨ ସେପ୍ଟେମ୍ବର ୨୨ ତାରିଖ ରାତିରେ ମଦ୍ୟପ ସ୍ୱାମୀ ବିଜୟ ପ୍ରଧାନର ଗେଡ଼ାବାଡ଼ି ମାଡ଼ରେ ପତ୍ନୀ ମଞ୍ଜୁଳା ପ୍ରଧାନ(୪୭)ଙ୍କ ମୃତ୍ୟୁ ଘଟିଥିଲା। ଏହି ହତ୍ୟା ଘଟଣାର ଆଜି ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି। ସ୍ଥାନୀୟ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ପ୍ରବୀର କୁମାର ଚୌଧୁରୀ ମାମଲାର ବିଚାରଣା କରି ସ୍ୱାମୀ ବିଜୟ ପ୍ରଧାନକୁ ଦୋଷୀ ଘୋଷଣା କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ପାଞ୍ଚ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟସ୍ଥଳେ ଅଧିକ ୩ ମାସ କାରାଦଣ୍ଡ ନିର୍ଦ୍ଦେଶ ରହିଛି।

ଘଟଣାଦିନ ରାତିରେ ବିଜୟ ମଦ୍ୟପାନ କରି ମଞ୍ଜୁଳାଙ୍କ ମୁଣ୍ଡକୁ ଗେଡ଼ାବାଡ଼ିରେ ପିଟି ପିଟି ହତ୍ୟା କରିଥିବାନେଇ ଆସିକା ଥାନାରେ ଅଭିଯୋଗ ହୋଇଥିଲା। ପରେ କେସ୍ ନମ୍ବର୍ ୬୧୩ରେ ଏକ ହତ୍ୟା ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଥିଲା। ତତ୍କାଳୀନ ଥାନାଧିକାରୀ ତଥା ଆସିକା ଥାନାଧିକାରୀ ପ୍ରଶାନ୍ତ କୁମାର ସାହୁ ବିଜୟଙ୍କୁ ଗିରଫ କରିବା ସହ ତଦନ୍ତ କରି ଏଡିଯେଙ୍କ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଥିଲେ। ସମସ୍ତ ୧୬ ଜଣଙ୍କ ସାକ୍ଷ ଓ ବ୍ୟବଚ୍ଛେଦ ରିପୋର୍ଟକୁ ଆଧାର କରି ଆଜି ମାନ୍ୟବର ନ୍ୟାୟଳୟ ଉପୋରକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି। ଅନ୍ୟପଟେ ଥାନାଧିକାରୀ ଭାବେ ଗତ ଏକ ବର୍ଷ ମଧ୍ୟରେ ଶ୍ରୀ ସାହୁଙ୍କ ଦ୍ୱାରା ତଦନ୍ତ କରାଯାଇଥିବା ୧୩ଟି ମାମଲାରେ ଅଭିଯୁକ୍ତଙ୍କୁ ଦଣ୍ଡ ବିଧାନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe