ପତ୍ନୀ ହତ୍ୟାକାରୀକୁ ଆଜୀବନ ଜେଲ୍‌ଦଣ୍ଡ, ଜରିମାନା

Advertisment
ଯୌତୁକଜନିତ ନିର୍ଯାତନାରୁ ମୃତ୍ୟୁ: ସ୍ବାମୀଙ୍କ ସହ ଶ୍ବଶୁର-ଶାଶୂଙ୍କୁ ୧୦ ବର୍ଷ ଲେଖାଏ ଜେଲ୍

Photo: Representation

ଆସିକା: ଗଂଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ଅଶୋକା ସିନେମା ହଲ ନିକଟରେ ଚୌଧୁରୀ ନିବାସରେ ଭଡ଼ାରେ ରହୁଥିବା ମହିଳାଙ୍କୁ ତାଙ୍କ ସ୍ୱାମୀ ସୀମାଞ୍ଚଳ ମିଶ୍ର ନୃଶଂସ ଭାବେ ଛୁରି ଭୁସି ହତ୍ୟା ମାମଲାର ଆଜି ଚୂଡାନ୍ତ ରାୟ ପ୍ରକାଶ ପାଇଛି। ହତ୍ୟାକାଣ୍ଡ ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ଓ ଦୌରା ଜର୍ଜ ପ୍ରବୀର କୁମାର ଚୌଧୁରୀ ହତ୍ୟାକାରୀ ସ୍ୱାମୀ ସୀମାଞ୍ଚଳ ମିଶ୍ରକୁ ଦୋଷୀ ସାବ୍ୟସ୍ତ କରିବା ସହିତ ଆଜୀବନ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ସହିତ ପାଞ୍ଚ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟରେ ଅଧିକ ଚାରି ମାସ ସଶ୍ରମ କାରାଦଣ୍ଡର ଆଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ଜଣାଯାଏ ଯେ, ଗଂଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ମୁଣ୍ଡମରାଇ ନିକଟ ପଞ୍ଚସିଂହପୁର ଶାସନ ଗ୍ରାମର ସୀମାଞ୍ଚଳ ମିଶ୍ର ଶେରଗଡ଼ ଥାନା ଅନ୍ତର୍ଗତ ହରେକୃଷ୍ଣପୁରର ଲକ୍ଷ୍ମୀ ପ୍ରିୟାଙ୍କୁ ୨୮ ବର୍ଷ ପୂର୍ବେ ବିବାହ କରିଥିଲେ। ସେମାନଙ୍କ ଦୁଇଟି ପୁଅ ଶ୍ରୀଧର ଓ ସୁଭମ। ଶ୍ରୀଧର ଭାରତୀୟ ସ୍ଥଳ ସେନାରେ କାର୍ଯ୍ୟରତ ଥିବା ବେଳେ ସାନ ପୁଅ ସୁଭମ ପଢୁଛନ୍ତି। ବାପା ସୀମାଞ୍ଚଳ ମଦ ପିଇ ପ୍ରତିଦିନ ଘରେ ମାରପିଟ କରୁଥିଲା। ବଡ଼ପୁ ଘର ଖର୍ଚ୍ଚ ଓ ସାନ ଭାଇର ପାଠ ପଢା ପାଇଁ ପ୍ରତି ମାସରେ ପଠାଉଥିବା ଟଙ୍କା ଲଷ୍ମୀପ୍ରିୟା ନିଜ ସ୍ଵାମୀଙ୍କ ବଦଖର୍ଚ୍ଚ ପାଇଁ ଦେଉ ନଥିଲେ। ଏହାକୁ ନେଇ ଘର ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା।

୨୦୨୩ ଅକ୍ଟୋବର ୯ ତାରିଖ ଘଟଣା ଦିନ ଥିଲା କୁମାର ପୂର୍ଣ୍ଣିମା ଥିଲା। ସେହିଦିନ ଅପରାହ୍ନରେ ଘରେ କେହି ନଥିବା ସୁଯୋଗ ନେଇ ସୀମାଞ୍ଚଳ ନିଜ ସ୍ତ୍ରୀଙ୍କୁ ହତ୍ୟା ପାଇଁ ଯୋଜନା କରିଥିଲା। ଏକ ଛୁରୀରେ ନିଜ ସ୍ତ୍ରୀର ପେଟକୁ ଭୁସି ଅତି ନିର୍ମମ ଭାବେ  ହତ୍ୟା କରି ଫେରାର ହୋଇଯାଇଥିଲା। ଏହି ଘଟଣା ପରେ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ଏକ ହତ୍ୟା ମାମଲା ରୁଜୁ କରି ସୀମାଞ୍ଚଳ ମିଶ୍ରକୁ କୋର୍ଟ ଚାଲାଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe