ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ, ଶାଶୁ ଆହତ, ଅଭିଯୁକ୍ତ ସ୍ବାମୀ ଫେରାର୍

Advertisment
ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ, ଶାଶୁ ଆହତ, ଅଭିଯୁକ୍ତ ସ୍ବାମୀ ଫେରାର୍

କାମାକ୍ଷାନଗର/ପରଜଙ୍ଗ: ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନ୍ତର୍ଗତ ମହାବୀର ରୋଡ ଫାଣ୍ଡିର ପଙ୍ଗାତିରା ଗ୍ରାମରେ ଗତକାଲି ବିଳମ୍ବିତ ରାତ୍ରିରେ ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ ଘଟିଥିବା ଜଣାଯାଇଛି। ଏଥିରେ ଶାଶୁ ବି ଆହତ ହୋଇଛନ୍ତି। ଅଭିଯୁକ୍ତ ସ୍ବାମୀ ଫେରାର୍ ହୋଇଯାଇଛି।

ମିଳିଥିବା ସୂଚନା ଅନୁଯାୟୀ ପଙ୍ଗାତିରା ଗ୍ରାମର ପ୍ରଫୁଲ ସାହୁଙ୍କ ପୁଅ ଲଳିତ ସାହୁ ଗତ ୨୦୧୭ ମସିହା ମାର୍ଚ୍ଚ ମାସରେ ସେହି ଗ୍ରାମର କୃଷ୍ଣଚନ୍ଦ୍ର ସାହୁଙ୍କ ଝିଅ ମିତା ସାହୁଙ୍କୁ ବିବାହ କରିଥିଲେ। ବିବାହ ପରେ ଉଭୟଙ୍କ ଭିତରେ ନିୟମିତ ଝଗଡ଼ା ଲାଗୁଥିଲା। ଲଳିତ ସ୍ତ୍ରୀ ମିତାଙ୍କୁ ମାରଧର କରୁଥିବା ନେଇ ଥାନାରେ ମଧ୍ୟ ପୂର୍ବରୁ ଅଭିଯୋଗ ହୋଇଥିଲା । ଗତକାଲି ମଧ୍ୟ ମହାବୀର ରୋଡ ଫାଣ୍ଡିରେ ଅଭିଯୋଗ ହୋଇଥିଲା । ଝିଅ ଘର ଲୋକମାନେ ଫାଣ୍ଡିକୁ ଯାଇଥିବା ବେଳେ ସ୍ବାମୀ ଲଳିତ ଯାଇ ନ ଥିଲା।

ମିତା ତାଙ୍କ ବାପ ଘରେ ଥିବା ବେଳେ ବିଳମ୍ବିତ ରାତିରେ ଲଳିତ ଶଶୁର ଘରକୁ ଆସି ସ୍ତ୍ରୀ ମିତାଙ୍କ ସହିତ ଝଗଡ଼ା କରିବା ପରେ ଏକ ଟାଙ୍ଗିଆରେ ବେକକୁ ହାଣି ଦେଇଥିଲା। ଶାଶୁ ଗେଲ ସାହୁ ଏହାକୁ ବିରୋଧ କରିବାରୁ ତାଙ୍କୁ ମଧ୍ୟ ଗୋଟିଏ ଚୋଟ ପକାଇଥିଲା ଲଳିତ। ସେ ଜୀବନ ବିକଳରେ ଦୌଡ଼ି ପଳାଇଯାଇ ଜୀବନ ବଞ୍ଚାଇ ଥିଲେ, ହେଲେ ମିତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା।

publive-image

ଏହି ଘଟଣା ପରେ ସ୍ୱାମୀ ଲଳିତ ଫେରାର୍ ହୋଇଯାଇଛି। ଏହି ଘଟଣା ଗାଁରେ ଆତଙ୍କ ଖେଳାଇ ଦେଇଛି। ଖବର ପାଇ ମହାବୀର ରୋଡ ଫାଣ୍ଡି ଅଧିକାରୀ ବିନୟ ସାହୁ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ପରିବାର ଲୋକେ ଓ ଗ୍ରାମବାସୀମାନେ ଫାଣ୍ଡି ଅଧିକାରୀ ବିନୟ ସାହୁ ଙ୍କୁ ଅଟକ ରଖଥିବାର ସୂଚନା ମିଳିଛି। ଏବେ ବି ମୃତ ମିତା ସାହୁଙ୍କର ଶବ ସେଠାରେ ପଡ଼ି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe