ଚରିତ୍ରକୁ ସନ୍ଦେହ କରି ପତ୍ନୀକୁ କଟୁରୀରେ ହାଣିଲା ସ୍ବାମୀ

ଚରିତ୍ରକୁ ସନ୍ଦେହ କରି ପତ୍ନୀକୁ କଟୁରୀରେ ହାଣିଲା ସ୍ବାମୀ

Patrika

ଭୋଗରାଇ : ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍ କମର୍ଦ୍ଦା ଗ୍ରାମରେ ଗତକାଲି ରାତିରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ପତ୍ନୀର ଚରିତ୍ରକୁ ସନ୍ଦେହକରି ସ୍ବାମୀ କଟୁରୀରେ ବାରମ୍ବାର ହାଣି ହତ୍ୟା କରିଛି। ପୁଲିସ ହତ୍ୟାକରୀ ସ୍ବାମୀକୁ ଗିରଫ କରିଥିବାବେଳେ ଆଜି ସକାଳେ ବାଲେଶ୍ବରରୁ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳ‌ରେ ପହଞ୍ଚି ଛାନ୍‌ଭିନ୍‌ କରିଛି। ସୂଚନା ଅନୁସାରେ, କମର୍ଦ୍ଦାର ବଙ୍ଗଳା ଛକରେ ପଶ୍ଚିମବଙ୍ଗ ରାମପୁର ଅଞ୍ଚଳର କମଳାକାନ୍ତ ରଣା(୪୨) ବାସନ ଦୋକାନ କରିଛନ୍ତି। ସେଠାରେ ସେ ନିଜର ନବବିବାହିତା ପତ୍ନୀ ଡଲି(୩୭) ସହିତ ରହୁଥିଲେ। ତେବେ କମଳାକାନ୍ତ ପତ୍ନୀଙ୍କ ଚରିତ୍ରକୁ ସନ୍ଦେହ କରି ବାରମ୍ବାର କଳିଝଗଡ଼ା କରୁଥିଲେ। ଗତକାଲି ବିଳମ୍ବିତ ରାତିରେ ଉଭୟଙ୍କ ମଧ୍ୟରେ ଝଗଡ଼ା ଚରମସୀମାରେ ପହଞ୍ଚିଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ କମଳାକାନ୍ତ ଏକ କଟୁରୀରେ ପତ୍ନୀ ଡଲିଙ୍କୁ ହାଣି ପକାଇଥିଲେ। ଡଲିଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ସେଠାରେ ପହଞ୍ଚିବା ପୂର୍ବରୁ କମଳାକାନ୍ତ ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ଡଲିଙ୍କୁ ଜଳେଶ୍ବରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ। ମାତ୍ର ସେଠାରେ ଡାକ୍ତର  ତାଙ୍କୁ ମୃତ ଘୋଷଣା କରିଥିଲେ।

publive-image

ସୂଚନାଯୋଗ୍ୟ ଯେ, ଅଭିଯୁକ୍ତ କମଳାକାନ୍ତ ପୂର୍ବରୁ ୨ଟି ବିବାହ କରିଥିଲେ। ପ୍ରଥମ ପତ୍ନୀଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଥିଲା। ବର୍ଷକ ତଳେ ଦ୍ବିତୀୟ ପତ୍ନୀ ମଧ୍ୟ ଫାଶୀଦେଇ ଆତ୍ମହତ୍ୟା କରିବା ପରେ ସେ ଏକାକୀ ରହୁଥିଲେ। ପ୍ରାୟ ୬ ମାସ ପୂର୍ବରୁ ବାଲେଶ୍ବର ଅଞ୍ଚଳର ଡଲିଙ୍କ ସହ ପ୍ରଥମେ ମିସ୍‌ କଲ୍‌ରୁ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ପରେ ତାଙ୍କୁ ଭଦ୍ରକ କୋର୍ଟରେ ରେଜିଷ୍ଟ୍ରି ବିବାହ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe