ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ପିଟିପିଟି ହତ୍ୟା କଲା ସ୍ୱାମୀ

Advertisment
ମଧ୍ୟାହ୍ନ ଭୋଜନ ହଣ୍ଡାରେ ପଡ଼ି ୩ ବର୍ଷୀୟା ଶିଶୁକନ୍ୟା ମୃତ

image source-indiatoday

ବାଲେଶ୍ଵର : ମହିଳାଙ୍କର ଚରିତ୍ରକୁ ସନ୍ଦେହ କରି ପିଟିପିଟି ହତ୍ୟା କଲା ନିର୍ଦୟ ସ୍ୱାମୀ। ବାଲେଶ୍ଵର ଜିଲ୍ଲା ବରମପୁର ଥାନା ଅଧିନ ମାଟିଆଳି ପଂଚାୟତ ଗୋବିନ୍ଦପୁରା ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ନିଶାସକ୍ତ ସ୍ୱାମୀ  ପିଟିପିିଟି ମାରିଦେଇଥିବା ଜଣାପଡିଛି। ଏଭଳି ଘଟଣା ଗତକାଲି ରାତ୍ରିରେ ହୋଇଥିବା ସୂଚନା ମିଳିଛି। ଆଜି ସକାଳେ ଘଟଣା ଚାରିଆଡେ ପ୍ରସାରିତ ହେବା ପରେ ବରମପୁର ପୁଲିସ ଘଟଣାସ୍ଥଳକୁ ଯାଇ ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଚଳାଇଛି। ମୃତକ ହେଲା ରବିନ୍ଦ୍ର ସିଂଙ୍କ ସ୍ତ୍ରୀ ସମ୍ବାରି ସିଂ । ବରହମପୁର ପୁଲିସ  ଅଭିଯୁକ୍ତକୁ ଅଟକ ରଖିଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe