ଝଗଡ଼ା କରିବା ପରେ ଖାଇପିଇ ଶୋଇଲେ ସ୍ବାମୀସ୍ତ୍ରୀ, ରାତିରେ ତଣ୍ଟି ଚିପିଲା ସ୍ବାମୀ

Advertisment
ଝଗଡ଼ା କରିବା ପରେ ଖାଇପିଇ ଶୋଇଲେ ସ୍ବାମୀସ୍ତ୍ରୀ, ରାତିରେ ତଣ୍ଟି ଚିପିଲା ସ୍ବାମୀ

NDTV.com

ସୁନ୍ଦରଗଡ଼/ ବାଲିଶଙ୍କରା: ସ୍ତ୍ରୀକୁ ତଣ୍ଟି ଚିପି ହତ୍ୟା କଲା ସ୍ବାମୀ। ଏକ ନିର୍ମମ ଘଟଣାକ୍ରମରେ ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଅନ୍ତର୍ଗତ ଭଣ୍ଡାରିଶଙ୍କରାଠାରେ ସ୍ବାମୀ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କରିଛି। ମଙ୍ଗଳଵାର ଵିଳମ୍ବିତ ରାତିରେ ଘଟିଥିବା ଘଟଣା ଆଜି ସକାଳୁ ଜଣାପଡିବା ପରେ ଵାଲିଶଙ୍କରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ହତ୍ୟାର ଶିକାର ମହିଳା ପୁଷ୍ପା ଵାଘ(୨୨) ବୋଲି ଜଣାପଡ଼ିଥିବା ବେଳେ ଅଭିଯୁକ୍ତ ସ୍ଵାମୀଙ୍କ ନାମ ନନ୍ଦୁ କରାଳି (୨୫)ବୋଲି ଜଣାପଡ଼ିଛି।

ଖଵର ପାଇ ପୁଲିସ ଘଟଣାସ୍ଥଳରୁ ମହିଳାଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟଵଚ୍ଛେଦ ପାଇଁ ସୁନ୍ଦରଗଡ଼ ପଠାଇବା ସହ ଅଭିଯୁକ୍ତ ସ୍ବାମୀକୁ ଗିରଫ କରିଛି। ପୁଲିସ ସୂଚନା ଅନୁସାରେ ମଙ୍ଗଳଵାର ସନ୍ଧ୍ୟାରେ ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା। ଏହା ପରେ ସେମାନେ ସ୍ବାଭାବିକ ଭାବେ ଖାଇପିଇ ଶୋଇ ଯାଇଥିଲେ। ରାତିରେ ନିଦରେ ଶୋଇଥିବା ସ୍ତ୍ରୀକୁ ସ୍ବାମୀ ନନ୍ଦୁ ତଣ୍ଟି ଚିପି ହତ୍ୟା କରିଥିଲା । ପୁଲିସ ଆଗରେ ନନ୍ଦୁ ନିଜର ଦୋଷ ସ୍ବୀକାର କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe