new indian express
ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଅଞ୍ଚଳରେ ମଦ୍ୟପ ସ୍ୱାମୀ ସ୍ତ୍ରୀକୁ ପିଟିପିଟି ହତ୍ୟା କରିଥିବା ଘଟଣା ଚାଞ୍ଚଲ୍ୟ ଖେଳାଇଦେଇଛି। ଏନେଇ ଥାନାରେ ଅଭିଯୋଗ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ବଲାଙ୍ଗୀର ଜିଲ୍ଲା ଲରମ୍ଭା ଥାନା ଖୁଣ୍ଟ ସମଲେଇ ଗାଁର ନିଶାସକ୍ତ ଯୁବକ ପାରିବାରିକ କଳହକୁ ନେଇ ସ୍ତ୍ରୀକୁ ପିଟିପିଟି ହତ୍ୟା କରିଛି। ତେବେ ହତ୍ୟା କରିବା ପରେ ଅଭିଯୁକ୍ତ ସ୍ୱାମୀ ଫେରାର ହେବାରେ ସଫଳ ହୋଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଛି। ଏଣେ ଅଭିଯୁକ୍ତ ସ୍ୱାମୀକୁ ଧରିବା ଲାଗି ତନାଘନା କରୁଥିବା ଜଣାଯାଇଛି।
ଖୁଣ୍ଟସମଲାଇ ଗ୍ରାମରେ ଘାସି ତଅଁଲା ଓ କୁନ୍ତୀ ତଅଁଲା ନିଜ ପରିବାର ସହିତ ରହୁଥିଲେ। ପ୍ରାୟ ଘାସି ମଦ୍ୟପାନ କରି ରାତିରେ ତା ପତ୍ନୀ ସହିତ ଝଗଡା କରୁଥିଲା। ବୁଧବାର ବିଳମ୍ବିତ ରାତିରେ ମଦ୍ୟପାନ କରି ଘରକୁ ଆସିଥିଲା। କୌଣସି କାରଣରୁ ଘାସି ଓ ତା ପତ୍ନୀ ମଧ୍ୟରେ ବଚସା ହୋଇଥିଲା। ସେହି ସମୟରେ କୁନ୍ତି ଖାଇବାକୁ ବସିଥିଲା। ସେଠାରେ ଉତ୍ୟକ୍ତ ହୋଇ ପିଟିଥିଲା। ଗୁରୁତର ହେବାରୁ ସେ ଓ ପରିବାର ଲୋକେ କୁନ୍ତୀକୁ ଘସି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ କୁନ୍ତୀର ମୃତ୍ୟୁ ହୋଇଥିବା ଡାକ୍ତର କହିଥିଲେ। ଏହା ଜାଣି ଘାସି କୁଆଡେ ଫେରାର ହୋଇଥିବା ଜଣାପଡିଛି। ଏ ସମ୍ପର୍କରେ ଲରମ୍ଭା ଥାନାରେ ଏକ ମାମଲା ରୁଜୁ କରା ଯାଇ ପୁଲିସ ଏହାର ତଦନ୍ତ କରୁଥିବା ଜଣାପଡିଛି।
Follow Us