ଶୋଇଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ସ୍ବାମୀ

Advertisment
୫-ଟି ସଚିବଙ୍କ ଜାଲ୍‌ ଦସ୍ତଖତରେ ନିଯୁକ୍ତିପତ୍ର: ପାଟକୁରା ଥାନାରେ ମାମଲା; ପୁଲିସର ଛାନଭିନ୍

Sambad

ଗରଦପୁର : ପାଟକୁରା ଥାନା ଅନ୍ତର୍ଗତ ତେଣ୍ତାକୁଡ଼ା ମୁସଲିମ ବସ୍ତିରେ ଅଭାବନୀୟ ଘଟଣା ଘଟିଛି। ଶୋଇଥିବା ବେଳେ ସ୍ତ୍ରୀକୁ କୁରାଢୀରେ ହାଣି ହତ୍ୟା କରିଛି ସ୍ବାମୀ। ପାଟକୁରା ପୁଲିସ ଅଭିଯୁକ୍ତ ସ୍ବାମୀ ମନାନକୁ ପାଟକୁରା ଥାନାରେ ଅଟକ ରଖିଛି। ରକ୍ତଲଗା କୁରାଢୀ ଘର ଭିତରୁ ଜବତ କରାଯାଇଛି। ସାଇଣ୍ଟିଫିକ୍ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ହତ୍ୟାର ନିର୍ଦ୍ଦିଷ୍ଟ କାରଣ କିନ୍ତୁ ଜଣାପଡ଼ିନାହିଁ।

ସୂଚନା ଅନୁସାରେ, ମନାନ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ଅନେକ ସମୟରେ କଳି ଝଗଡ଼ା ଲାଗି ରହୁଥିଲା। ମନାନ ପତ୍ନୀଙ୍କୁ ମଧ୍ୟ ମାରଧର କରୁଥିଲେ। ଗତକାଲି ରାତିରେ ଖାଇ ପିଇ ସେମାନେ ଗୋଟିଏ କୋଠରିରେ ସ୍ବାମୀସ୍ତ୍ରୀ ଶୋଇଥିଲେ। ମନାନ ଖଟ ଉପରେ ଶୋଇଥିବା ବେଳେ ସ୍ତ୍ରୀ ପାରୁଲ ତଳେ ଶୋଇଥିଲେ। କିନ୍ତୁ ରାତି ଅଧରେ ମନାନ ସେହି ଘରେ ଥିବା ନିଜର କାଠକଟା କୁରାଢୀରେ ପାରୁଲଙ୍କ ବେକରେ ଶକ୍ତ ଚୋଟ ପକାଇଥିଲେ। ସେଇଠି ଛଟପଟ ହୋଇ ପାରୁଲଙ୍କ ଜୀବନ ଚାଲି ଯାଇଥିଲା। ଶୋଇବା ଘର ରକ୍ତରେ ଭିଜି ଯାଇଥିଲା। ରକ୍ତ ଭିଜା କୁରାଢୀକୁ ମନାନ ସେହି ଘରକୋଣରେ ରଖି ଘର ଛାତ ଉପରକୁ ଚଢିଯାଇ ଲୁଚି ରହିଥିଲା। ଏହି ଘଟଣା ଜଣାପଡ଼ିବା ପରେ ପାଟକୁରା ପୁଲିସ ପହଞ୍ଚି ଶବ ଜବତ କରିବା ସହିତ ମନାନଙ୍କୁ ଘର ଛାତ ଉପରୁ କାବୁ କରିଥିଲା। ଅନ୍ୟପଟେ ମନାନଙ୍କ ମାନସିକ ବିକୃତି ରହିଛି ବୋଲି ଆଇଆଇସି ସରୋଜ ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe