ମଦ ପାଇଁ ଟଙ୍କା ନ ଦେବାରୁ ପତ୍ନୀକୁ ହତ୍ୟା କଲା ସ୍ବାମୀ

ଯୁବକଙ୍କୁ ପିଟି ଲହୁଲୁହାଣ ପରେ ହତ୍ୟା

DNA India

ଆସିକା : ଟଙ୍କା ‌ନଦେବାରୁ ପତ୍ନୀକୁ ଛୁରୀ ଭୁସି ହତ୍ୟା କରିଛି ମଦ୍ୟପ ସ୍ବାମୀ। ଗଞ୍ଜାମ ଜିଲ୍ଲା ଆସିକା ସହରରେ ରବିବାର ଦିନ ଏଭଳି ଘଟଣା ଘଟିଛି। ମୃତକଜଣକ ହେଉଛନ୍ତି, ଲକ୍ଷ୍ମୀପ୍ରିୟା ମିଶ୍ର (୪୫)।

ସୂଚନାନୁସାରେ, ଅଶୋକା ସିନେମା ହଲ୍ ନିକଟରେ ଲକ୍ଷ୍ମୀପ୍ରିୟା ଓ ସୀମାଞ୍ଚଳ ମିଶ୍ର ଭଡ଼ାରେ ରହୁଛନ୍ତି। ବଡ଼ପୁଅ ଶ୍ରୀଧର ଭାରତୀୟ ସ୍ଥଳସେନାରେ ଚାକିରି କରୁଥିବା ବେଳେ ସାନପୁଅ ଶୁଭମ୍ ଯୁକ୍ତଦୁଇରେ ପଢ଼ୁଛନ୍ତି। କୌଣସି କାମ କରୁନଥିବା ସୀମାଞ୍ଚଳ ପ୍ରତିଦିନ ମଦ ପିଇ ଲକ୍ଷ୍ମୀପ୍ରିୟାଙ୍କୁ ମାରଧର୍ କରୁଥିଲେ। ରବିବାର ଦିନ ମଧ୍ୟ ଟଙ୍କା ମାଗିବାରୁ ସୀମାଞ୍ଚଳ ଏବଂ ଲକ୍ଷ୍ମୀପ୍ରିୟାଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ପରେ ଏକ ଛୁରୀରେ ଲକ୍ଷ୍ମୀପ୍ରିୟାଙ୍କ ପେଟକୁ ଭୁସି ନିର୍ମମ ଭାବେ ହତ୍ୟା କରିଥିଲେ। ଏଭଳି ଜଘନ୍ୟ କାଣ୍ଡ ଘଟାଇଥିବା ସ୍ବାମୀ ସୀମାଞ୍ଚଳ ଫେରାର୍ ହୋଇଯାଇଥିବା ବେଳେ ତାଙ୍କୁ ଧରିବା ଲାଗି ପୁଲିସ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe