Representational image: The Express Tribune
କଲ୍ୟାଣସିହପୁର: ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ। ପରେ ସ୍ବାମୀ ଅଟକ। ଝିଅ ପରିବାର ଲୋକ ଗ୍ରାମରେ ପହଁଚି ଉତ୍ତେଜନା।ଘଟଣା ଘଟିଛି କଲ୍ୟାଣସିହପୁର ବ୍ଳକ କତାଗୁଡା ଗ୍ରାମରେ।ପାରିବାରିକ କଳହ ଯୋଗୁଁ ଏଭଳି ଘଟଣା ଘଟିଥିବା ଜଣାପଡିଛି।ରାୟଗଡ଼ା ଜିଲ୍ଲା କଲ୍ୟାଣସିହପୁର ବ୍ଳକ ଧମୁନିପଙ୍ଗା ପଞ୍ଚାୟତ କତାଗୁଡା ଗ୍ରାମର ହରିଜନ ସାହିରେ ଘଟିଛି।
ସୂଚନାରୁ ଜଣାପଡିଛିଯେ ପୂର୍ବରୁ ସ୍ବାମୀ ଓ ସ୍ତ୍ରୀ ମଧ୍ୟରେ କଳହ ଲାଗିଥିବାରୁ ସ୍ବାମୀ ନୀଳକଣ୍ଠ କୌଶଲ୍ୟା (୪୨)ରାଧା କୌଶଲ୍ୟା(୩୬)କୁ ବାପ ଘରେ ଛାଡ଼ିଆସିଥିଲା। ଗତକାଲି ସନ୍ଧ୍ୟାରେ କାର୍ତିକ ପୂର୍ଣ୍ଣିମା ଯୋଗୁଁ ନିଜ ଘରକୁ ଯିବା କହି ସ୍ତ୍ରୀକୁଆଣିବା ପାଇଁ ଶଶୁର ଘରକୁ ଯାଇଥିଲା। ଶଶୁର ଘରଲୋକମାନେ ମନକରିଥିଲେବି ଜୋର କରି ନେଇ ଆଣିଥିଲା ସ୍ବାମୀ।ଆଜି ସକାଳୁ କୋଣସି କାରଣରୁ ସ୍ବାମୀ ନିଲକକଣ୍ଠ ଏକ ଟାଙ୍ଗିଆ ହାଣି ଦେଇଥିବା ଶଶୁର ଘର ପରିବାର ଲୋକ ଅଭିଯୋଗ କରିଛନ୍ତି। ଶଶୁର ଘର ପରିବାର ଲୋକ ଆସିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା।ଘଟଣା ନିକଟରେ କଲ୍ୟାଣସିହପୁର ପଲିସ ପହଁଚି ସ୍ବାମୀ ନିଲକକଣ୍ଠକୁ ଥାନାରେ ଅଟକ ରଖିଥିବା ଜଣାପଡ଼ିଛି।
Follow Us