ପତ୍ନୀକୁ ନୃଶଂସ ଭାବେ ହତ୍ୟାକଲା ସ୍ବାମୀ; ତୋଟାରେ ମୁଣ୍ଡ କାଟିଲା, ଦୁଆରେ ରଖିଲା

ପତ୍ନୀକୁ ନୃଶଂସ ଭାବେ ହତ୍ୟାକଲା ସ୍ବାମୀ; ତୋଟାରେ ମୁଣ୍ଡ କାଟିଲା, ଦୁଆରେ ରଖିଲା

କାଶୀନଗର : ଗଜପତି ଜିଲ୍ଲା କାଶୀନଗର ବ୍ଲକ୍ ଖାଣ୍ଡବା ପଞ୍ଚାୟତ ଅନ୍ତର୍ଗତ ସାରା ଗ୍ରାମରେ ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟିଛି। ଅଭିଯୁକ୍ତ ଚନ୍ଦ୍ରଶେଖର କାର୍ଜୀ ଟାଙ୍ଗିଆରେ ହାଣି ପତ୍ନୀ ଊର୍ମିଳା(୩୦)ଙ୍କ ଗଣ୍ଡିରୁ ମୁଣ୍ଡ ଅଲଗା କରି ଦେଇଛି। କେବେଳ ସେତିକି ନୁହେଁ, କଟାମୁଣ୍ଡକୁ ଆଣି ଘର ଦୁଆର ମୁହଁରେ ରଖିଥିଲା। ପୁଲିସ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିବା ସହିତ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

ସକାଳ ସାଢ଼େ ୭ଟାରୁ ୮ଟା ଭିତରେ ଏହି ଲୋମହର୍ଷଣ ଘଟଣା ଘଟିଥିଲା। ପତିପତ୍ନୀ ନିକଟସ୍ଥ କାଜୁତୋଟାକୁ ଯାଇଥିଲା ବେଳେ ସେଠାରେ କୌଣସି କଥାକୁ କେନ୍ଦ୍ରକରି ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ନାରାୟଣ ଧରିଥିବା ଟାଙ୍ଗିଆରେ ପତ୍ନୀଙ୍କ ବେକକୁ ଲକ୍ଷ୍ୟକରି ଏକ ଚୋଟ ପକାଇଥିଲା। ଗୋଟିଏ ଚୋଟରେ ଲକ୍ଷ୍ମୀଙ୍କ ଗଣ୍ଡିରୁ ମୁଣ୍ଡ କଟି ତଳେ ପଡ଼ିଥିଲା। ସେଠାରୁ ଚନ୍ଦ୍ରଶେଖର ରକ୍ତ ଜୁଡ଼ୁବୁଡ଼ୁ କଟାମୁଣ୍ଡଟିକୁ ନେଇ ଘରକୁ ଆସିଥିଲା। ଘର ଦୁଆରରେ କଟା ମୁଣ୍ଡକୁ ରଖିଥିବା ବେଳେ ଗ୍ରାମବାସୀ ଏହାଦେଖି ତଟସ୍ଥ ହୋଇ ଯାଇଥିଲେ। ତୁରନ୍ତ ପୁଲିସକୁ ଅବଗତ କରିଥିଲେ। ପୁଲିସ ପହଁଚି ଅଭିଯୁକ୍ତ ଚନ୍ଦ୍ରଶେଖରକୁ ଗିରଫ କରିଥିଲା। କେସ୍‌ ନଂ -୬୦/୨୩ରେ ମାମଲା ରୁଜୁ ସହିତ ଘଟଣାର ଅଧିକ ତଦନ୍ତ କରାଯାଉଥିବା ଥାନାଧିକାରୀ ସୁଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଊର୍ମିଳା ଅଭିଯୁକ୍ତର ଦ୍ୱିତୀୟ ପତ୍ନୀ ଥିଲେ। ଏବେ ଉଭୟଙ୍କ ଔରସରୁ ୨ ବର୍ଷର ଏକ ସନ୍ତାନ ଅଛି। ଚନ୍ଦ୍ରଶେଖରର ନିର୍ଯାତନାରେ ଅତିଷ୍ଠହୋଇ ପ୍ରଥମପତ୍ନୀ ଘର ଛାଡ଼ି ଚାଲି ଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe