ବାସୁଦେବପୁର: ସ୍ତ୍ରୀକୁ ନୃଶଂସ ଭାବେ ହତ୍ୟା କରି ବାସୁଦେବପୁର ଥାନାରେ ଆତ୍ମସମର୍ପଣ କରିଲା ସ୍ୱାମୀ। ସ୍ତ୍ରୀ ରାଧାରାଣୀ ବେହେରାଙ୍କର ପରକୀୟା ପ୍ରୀତି ପାଇଁ ସ୍ୱାମୀ ଦିପୁ ବେହେରା ଏଭଳି କାଣ୍ଡ ଭିଆଇଥିବା ଚର୍ଚ୍ଚା ହେଉଛି।
ସ୍ବାମୀ ଓ ସ୍ତ୍ରୀ ମଧ୍ୟରେ ଝଗଡ଼ାର କରୁଣ ପରିଣତି। ଗତ ସୋମବାର ରାତିରେ ତାମିଲନାଡୁରୁ ଘରକୁ ଫେରିବା ବାଟରେ ଭଦ୍ରକ ଜିଲ୍ଲା ଖରିଦା ବିନାୟକପୁରର ଗାଁ ମୁଣ୍ଡ ପଡ଼ିଆରେ ସ୍ତ୍ରୀ ରାଧାରାଣୀ ବେହେରାଙ୍କୁ ଅତି ଅମାନୁଷିକ ଭାବେ ମାରି ଫିଙ୍ଗି ଦେଇଛି ସ୍ୱାମୀ ଦିପୁ ବେହେରା। ଆଉ ତାପରେ ନିଜେ ବାସୁଦେବପୁର ଥାନାରେ ଆତ୍ମସମର୍ପଣ କରିଛି। ଏହି ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଛାନଭିନ କରୁଛି। ଏହି ହତ୍ୟା ଘଟଣାରେ ପ୍ରକୃତ ରହସ୍ୟ ସାମ୍ନାକୁ ଆସିନଥିବା ବେଳେ ସ୍ତ୍ରୀର ପରକୀୟା ପ୍ରୀତି ପାଇଁ ସ୍ୱାମୀ ମାରି ଦେଇଥିବା ଚର୍ଚ୍ଚା ହେଉଛି। ଦୁହେଁ ଦୁଇ ବର୍ଷ ତଳେ ପ୍ରେମବିବାହ କରିଥିଲେ। ତାପରେ ଦୁହେଁ ତାମିଲନାଡ଼ୁରେ ଯାଇରହୁଥିଲେ।
ସ୍ତ୍ରୀକୁ ନୃଶଂସ ହତ୍ୟା: ସ୍ୱାମୀର ଥାନାରେ ଆତ୍ମସମର୍ପଣ, ପରକୀୟା ପ୍ରୀତି ପାଇଁ ଏଭଳି କାଣ୍ଡ ଚର୍ଚ୍ଚା
Advertisment
Follow Us