ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ବାମୀ, ଅଭିଯୁକ୍ତ ଅଟକ

Advertisment
ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ବାମୀ, ଅଭିଯୁକ୍ତ ଅଟକ

ସୋର: ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ବାମୀ। ଏମିତି ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ଔପଦା ବ୍ଲକ ଅଘିରାପଦା ପଞ୍ଚାୟତ ଚିଞ୍ଚିଡା ସିଂହ ସାହି ଗ୍ରାମରେ। ଔପଦା ଥାନା ଅଧିକାରୀ ସଦଳବଳେ ପହଞ୍ଚି ଆସାମୀକୁ ଅଟକ ରଖିବା ସହ ତଦନ୍ତ ଜାରି ରହିଛି।

ସୂଚନାରୁ ପ୍ରକାଶ ପାଣ୍ଡୁ ସିଂ (୫୦) ଗତକାଲି ରାତିରେ ନିଶାସକ୍ତ ଅବସ୍ଥାରେ ତାଙ୍କ ପତ୍ନୀ ଗୁରୁବାରି ସିଂକୁ ପିଟି ପିଟି ମାରିଦେଇଥିବାର ସୂଚନା ମିଳିଛି। ଆଗରୁ ପାଣ୍ଡୁ ସିଂ ମଦ୍ୟପାନ କରି ପତ୍ନୀର ହାତକୁ ଭାଙ୍ଗି ଦେଇଥିଲେ। ସବୁବେଳେ ମଦ୍ୟପାନ କରି ଗୁରୁବାରି ସିଂଙ୍କୁ ମାରପିଟ୍ କରିବା ସହ ଗାଳି ଗୁଲଜ କରନ୍ତି। ସବୁଦିନ ଭଳି ଗତକାଲି ରାତିରେ ନିଶାସକ୍ତ ହୋଇ ନିଜ ସ୍ତ୍ରୀ ଗୁରୁବାରିକୁ ପିଟିପିଟି ହତ୍ୟା କରିଛି ବୋଲି ଜଣାପଡିଛି।

ଆଜି ସକାଳେ ଖବର ପାଇ ଔପଦା ଆଇଆଇସି ଶ୍ରାବଣ କୁମାର ମହାରଣା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ ଚଳାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe