ଶାଶୂ ଓ ପତ୍ନୀଙ୍କୁ କୁରାଢ଼ିରେ ହାଣି ହତ୍ୟା

Advertisment
ଟାଙ୍ଗିଆ ଚୋଟରେ ଯୁବକ ଗୁରୁତର, ଅଭିଯୁକ୍ତ ଅଟକ

Catch News

ଚିତ୍ରଡା : ମୟୂରଭଂଜ ଜିଲ୍ଲା ମୋରଡ଼ା ଥାନା ଅଧୀନ ଘୋଡ଼ାବନ୍ଧା-ଖୁଣ୍ଟାପାଳ ଗ୍ରାମରେ ଜଣେ ବ୍ୟକ୍ତି ଘରୋଇ କଳହରୁ ଅତି ନିର୍ମମ ଭାବେ ନିଜର ଶାଶୂ ଓ ସ୍ତ୍ରୀକୁ କୁରାଢ଼ିରେ ହାଣି ହତ୍ୟା କରିଛି। ଏହି ଡବଲ ମର୍ଡରକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିବାବେଳେ ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।

ମଡ଼ିରାମ ମହାନ୍ତଙ୍କ ପୁଅ ପୂର୍ଣଚନ୍ଦ୍ର ମହାନ୍ତ (୪୫) ସେହି ଗ୍ରାମର ସୁମତି ମହାନ୍ତ (୭୦)ଙ୍କ ଝିଅ ମମତା ମହାନ୍ତ (୩୮)ଙ୍କୁ ବିବାହ କରିଥିଲା। ପୂର୍ଣ୍ଣଚନ୍ଦ୍ର ପତ୍ନୀଙ୍କ ଚରିତ୍ରକୁ ସଂଦେହ କରୁଥିବାରୁ ବିଭିନ୍ନ ସମୟରେ ଶାଶୂ ଓ ପତ୍ନୀଙ୍କ ସହ ତାଙ୍କର ଝଗଡ଼ା ହେଉଥିଲା। ତେବେ ଗତକାଲି ପୂର୍ଣ୍ଣଚନ୍ଦ୍ର ଉଭୟଙ୍କୁ ଜୀବନରୁ ମାରିଦେବାର ଧମକ ଦେବାରୁ ସେମାନେ ମୋରଡ଼ା ଥାନାକୁ ଅଭିଯୋଗ କରିବା ପାଇଁ ଯାଇଥିଲେ। ହେଲେ ଥାନାରେ ତାଙ୍କର ଅଭିଯୋଗ କେହି ଶୁଣିନଥିଲେ। ଫଳରେ ସୁମତି ଓ ମମତା ନିରାଶ ହୋଇ ଘରକୁ ଫେରିଥିଲେ। ଆଜି ସକାଳେ ପୂର୍ଣ୍ଣଚନ୍ଦ୍ର କାଠ କାଟିବାକୁ ଯିବା ପାଇଁ ଶାଶୂଙ୍କୁ କୁରାଢ଼ି ମାଗିଥିଲା। ଆଉ କେହି କିଛି ବୁଝିବା ପୂର୍ବରୁ ‌ସେ ଧରିଥିବା କୁରାଢ଼ିରେ ନିର୍ମମ ଭାବେ ଶାଶୂ ଓ ପତ୍ନୀଙ୍କୁ ହାଣି‌ ଦେଇଥିଲା। ତେବେ ଏନେଇ ଜାଣିବା ପରେ ଗ୍ରାମବାସୀ ପୁଲିସ ଉପରେ ତାତିଥିଲେ। ପୂର୍ଣ୍ଣଚନ୍ଦ୍ର ହତ୍ୟା ଧମକ ଦେଇଥିବା ବେଳେ ସୁରକ୍ଷା ପାଇଁ ମାଆ ଓ ଝିଅ ଥାନାକୁ ଯାଇଥିଲେ ମଧ୍ୟ ପୁଲିସ ତାଙ୍କ କଥା ନଶୁଣିବାରୁ ଉଭୟଙ୍କ ଜୀବନ ଚାଲିଗଲା ବୋଲି ଅଭିଯୋଗ କରି ସେମାନେ ପୁଲିସ ଓ ଧରାପଡ଼ିଥିବା ପୂର୍ଣ୍ଣଚନ୍ଦ୍ରକୁ ଗାଁରୁ ଛାଡ଼ିବେ ନାହିଁ ବୋଲି ଅଡ଼ି ବସିଥିଲେ। ଏହି ସମୟରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇବା ସହ ଲୋକେ ପୁଲିସ ଗାଡ଼ି ଓ କ୍ୟାମେରାକୁ ଭଙ୍ଗାରୁଜା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe