ସ୍ତ୍ରୀର ତଣ୍ଟିକାଟି ହତ୍ୟା କଲା ସଇତାନ ସ୍ୱାମୀ: ଅଭିଯୁକ୍ତ ଥାନାରେ ଅଟକ

ସ୍ତ୍ରୀର ତଣ୍ଟିକାଟି ହତ୍ୟା କଲା ସଇତାନ ସ୍ୱାମୀ: ଅଭିଯୁକ୍ତ ଥାନାରେ ଅଟକ

ନିମାପଡ଼ା: ପୁରୀ ଜିଲ୍ଲା ନିମାପଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଥିବା ଦିଘାଲ ବସ୍ତିରେ ସ୍ତ୍ରୀର ତଣ୍ଟିକାଟି ହତ୍ୟା କରିଛି ସଇତାନ ସ୍ୱାମୀ। ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ପୁଲିସ ପଚରାଉଚରା କରୁଥିବା ଜଣାଯାଇଛି।
ସୂଚନା ଅନୁଯାୟୀ, ଗତକାଲି ରାତିରେ ନିଶାସକ୍ତ ସ୍ୱାମୀ ଓରଫାନ୍ ଖାନ୍(୩୬) ସ୍ତ୍ରୀ ବାହାରୁନ୍ ବିବି(୨୬)ର ତଣ୍ଟି କାଟି ଦେଇଥିଲା। ଏହାଫଳରେ ଘଟଣାସ୍ଥଳରେ ହିଁ ବାହାରୁନ୍ ବିବିର ପ୍ରାଣବାୟୁ ଉଡ଼ିଯାଇଥିଲା। ଆଜି ସକାଳେ ଖବର ପ୍ରଘଟ ହେବା ପରେ ସ୍ଥାନୀୟ ଲୋକେ ନିମାପଡ଼ା ଥାନାକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ୱାମୀ ଓରଫାନ୍ ଖାନଙ୍କୁ ଧରିଥିଲା। ମୃତ ବାହାରୁନ୍ ବିବିଙ୍କର ଶବ ଜବତ କରି ପୁଲିସ ଚାରିଛକ ଡାକ୍ତରଖାନାକୁ ବ୍ୟବଚ୍ଛେଦ ଲାଗି ପଠାଇଥିଲା। ଉକ୍ତ ଦମ୍ପତିଙ୍କର ତିନିଟି ସନ୍ତାନ ଥିବା ଜଣାଯାଇଛି। ତେବେ ହତ୍ୟାକାଣ୍ଡର କାରଣ ଜଣାପଡ଼ିନି।

ଉଲ୍ଲେଖଯୋଗ୍ୟ, କିଛି ମାସ ତଳେ ଅଭିଯୁକ୍ତ ଓରଫାନର ବଡ଼ଭାଇ ମଧ୍ୟ ଅନୁରୂପ ଢ଼ଙ୍ଗରେ ନିଜ ସ୍ତ୍ରୀର ତଣ୍ଟିକାଟି ହତ୍ୟା କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe