ଉମରକୋଟ: ସ୍ତ୍ରୀକୁ ପଥରରେ ଛେଚି ମାରିବା ପରେ ଥାନାରେ ଆତ୍ମସମର୍ପଣ କଲା ସ୍ବାମୀ

Advertisment
ପରୀ ହତ୍ୟା ମାମଲାରେ ସରୋଜ ସେଠୀର ଭିଡିଓକୁ ଜନମତ, ବିଚାର ପ୍ରକ୍ରିୟାକୁ ପ୍ରଭାବିତ କରିବା ପାଇଁ ଭାଇରାଲ କରାଯାଇଛି : ବି‌ଜେପି

image source-new indian express

ଉମରକୋଟ: ସ୍ତ୍ରୀକୁ ପଥରରେ ସ୍ବାମୀ ଛେଚି ଛେଚି ହତ୍ୟା କରିବା ଘଟଣା ନବରଙ୍ଗପୁର ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ହତ୍ୟା କରିବା ପରେ ସ୍ବାମୀ ଥାନାରେ ଆତ୍ମସମର୍ପଣ ମଧ୍ୟ କରିଛି। ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସ୍ବାମୀ ଏଭଳି କାଣ୍ଡ ଭିଆଇଥିବା କୁହାଯାଉଛି।

ମିଳିଥିବା ସୂଚନା ଅନୁଯାୟୀ ବଡ଼ କୁମାରୀ ଗ୍ରାମର ବିପ୍ଳବ ମଣ୍ଡଳ(୨୬), ସ୍ତ୍ରୀ ଚୁମକି ମଣ୍ଡଳ(୨୧)ଙ୍କ ସହ ନିଜ ଶଶୂର ଘର ମୂର୍ତ୍ତମା ଗ୍ରାମକୁ ଶନିବାର ଦିନ ଆସିଥିଲେ। ସେ କିଛି ଦିନ ହେବ ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରୁଥିଲେ। ଆଜି ସ୍ବାମୀ ଓ ସ୍ତ୍ରୀ ବାଇକ୍ ଯୋଗେ ବଡ଼ କୁମାରୀ ଗାଁକୁ ଫେରୁଥିବା ବେଳେ ସକାଳ ପ୍ରାୟ ନଅଟା ତିରିଶ ମିନିଟ୍ ସମୟରେ ଚିକଲ ପଦର ଗ୍ରାମ ନିକଟରେ ସେହି କଥାକୁ ସ୍ବାମୀ ବିପ୍ଳବ ଓ ସ୍ତ୍ରୀ ଚୁମକି ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା। ପରେ ସ୍ବାମୀ ଉତ୍ତ୍ୟକ୍ତ ହେଇ ସ୍ତ୍ରୀ ଚୁମକିକୁ ପଥରରେ ଛେଚି ଛେଚି ହତ୍ୟା କରିଦେଲା। ଚୁମୁକି ମରିବା ପରେ ବିପ୍ଳବ ଥାନାରେ ଆତ୍ମସମର୍ପଣ କରିଛି। ଘଟଣାସ୍ଥଳରେ ଉମରକୋଟ ପୁଲିସ ପହଞ୍ଚି ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe