ବାଣପୁର : ସମ୍ପତ୍ତି ପାଇଁ ସ୍ତ୍ରୀକୁ ହତ୍ୟାକଲା ସ୍ୱାମୀ

Advertisment
ବାଣପୁର : ସମ୍ପତ୍ତି ପାଇଁ ସ୍ତ୍ରୀକୁ ହତ୍ୟାକଲା ସ୍ୱାମୀ

Times of India

ବାଣପୁର : ଶାଳୀକୁ ବିବାହ କରି ଶ୍ବଶୁର ଘର ସମ୍ପତ୍ତି ଆତ୍ମସାତ୍‌ କରିବା ପାଇଁ ଚକ୍ରାନ୍ତ ଚଳାଇଥିବା ଜଣେ ଯୁବକ ନିଜ ସ୍ତ୍ରୀକୁ ହତ୍ୟା କରିଛି। ପରେ ପୁଲିସ ତାଙ୍କୁ ଗିରଫ ସହିତ କୋର୍ଟଚାଲାଣ କରିଥିବା ଜଣାପଡ଼ିଛି।

ଅଭିଯୋଗରୁ ପ୍ରକାଶ ଯେ, ପ୍ରାୟ ଆଠ ବର୍ଷ ପୂର୍ବେ ବାଣପୁର ଥାନା ନରେନ୍ଦ୍ରପୁର ଗ୍ରାମର ଚିତ୍ତରଞ୍ଜନଙ୍କ ପୁଅ ତପନ ନିକଟସ୍ଥ ଭୀମପୁର ଗ୍ରାମର ରୋଜାଲିନ ଲେଙ୍କାକୁ ପ୍ରେମ ବିବାହ କରିଥିଲେ । ସେମାନଙ୍କର ଦୁଇଟି ପୁତ୍ର ସନ୍ତାନ ଅଛନ୍ତି। ଉଭୟେ ସ୍ବାମୀ-ସ୍ତ୍ରୀ ହାଇଦ୍ରାବାଦରେ ରହୁଥିଲେ। କରୋନା ଯୋଗୁ କିଛିଦିନ ହେବ ଗ୍ରାମକୁ ଫେରିଥିଲେ। ସରକାରୀ ନିୟମ ମୁତାବକ ଦୁଇ ସପ୍ତାହ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସଙ୍ଗରୋଧରେ ରହି ଘରକୁ ଫେରିଥିଲେ। ତେବେ ରୋଜାଲିନଙ୍କୁ ହତ୍ୟା କରି ତାଙ୍କ ସାନ ଭଉଣୀକୁ ବିବାହ କରି ଶ୍ବଶୁର ଘର ସମ୍ପତ୍ତି ହଡ଼ପ କରିବା ପାଇଁ ତପନ ଷଡ଼୍‌ଯନ୍ତ୍ର ଚଳାଇଥିଲା।

ପାରିବାରିକ ବିବାଦ ନେଇ ପୂର୍ବରୁ ମଧ୍ୟ ଥାନାରେ ଅଭିଯୋଗ ହୋଇଥିଲା। ଗତକାଲି ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ମିଳାମିଶା ହେବା ସହ ଉଭୟେ ଭଲରେ ଚଳିବେ ବୋଲି ଥାନାରେ ସ୍ବୀକାରୋକ୍ତି ଦେଇ ଘରକୁ ଫେରିଥିଲେ। ମାତ୍ର ରବିବାର ସକାଳେ କୈାଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ଅତିଷ୍ଠ ହୋଇ ତପନ ଏକ ଗାମୁଛାରେ ରୋଜାଲିନଙ୍କ ତଣ୍ଟିଚିପି ମାରି ଦେଇଥିଲେ। ଏହାପରେ ଥାନାରେ ଯାଇ ଆତ୍ମସମର୍ପଣ କରିଥିଲେ। ପୁଲିସ୍‌ ତାଙ୍କୁ ଗିରଫ କରିଛି। ରୋଜାଲିନଙ୍କ ମା’ ରେଣୁବାଳାଙ୍କ ଅଭିଯୋଗ ପରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ମାୟାଧର ସେଠୀ, ବାଣପୁର ଥାନାଧିକାରୀ ସଞ୍ଜୟ କୁମାର ପଟ୍ଟନାୟକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe