ବେଲଗୁଣ୍ଠା : ପତ୍ନୀକୁ କାତିରେ ହାଣି ହତ୍ୟା

Advertisment
ବ୍ରହ୍ମପୁର : ଯୁବକଙ୍କୁ ଛୁରୀ ଭୁସି, ଠେଙ୍ଗାରେ ପିଟି ମାରିଦେଲେ

Times of India

ବେଲଗୁଣ୍ଠା : ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଫାଣ୍ଡି ଅନ୍ତର୍ଗତ ଅଢ଼େଇଗାଁରେ କୌଣସି ଏକ କଥାରେ ଉତ୍ତ୍ୟକ୍ତ ହୋଇ ମଦ୍ୟପ ସ୍ୱାମୀ ନିଜ ପତ୍ନୀକୁ କାତିରେ ହାଣି ନିର୍ମମ ଭାବେ ହତ୍ୟା କରିଛି। ଘଟଣାପରେ ଗାଁ ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ବାରିପଟରେ ଥିବା କୂଅରେ ଏକ ପଥର ପକାଇଦେଇ ଘଟଣାସ୍ଥଳରୁ ଚମ୍ପଟ ମାରିଛି। ମୃତ ମହିଳାଙ୍କ ଭାଇର ଏତଲା କ୍ରମେ ବେଲଗୁଣ୍ଠା ପୁଲିସ କେସ୍‌ ନଂ ୩୮୧/୨୦ରେ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

ମୃତ ମହିଳାଙ୍କ ଭାଇ ଗାଙ୍ଗପୁର ଥାନା ଅନ୍ତର୍ଗତ ପଳାସପଲ୍ଲୀ ଗ୍ରାମର କୃଷ୍ଣଚନ୍ଦ୍ର ଗୌଡ଼ ଦେଇଥିବା ଏତଲା ଅନୁସାରେ, ତାଙ୍କ ଭଉଣୀ ରଶ୍ମିତା ଗୌଡ଼(୩୨) ଅଢେଇଗାଁର ସ୍ୱର୍ଗତ ନରସିଂହ ଗୌଡ଼ଙ୍କ ପୁଅ ଅନ୍ତର୍ଯ୍ୟାମୀ ଗୌଡ଼ ଓରଫ ଡାକ ସହିତ ୧୫ ବର୍ଷ ତଳେ ବୈଦିକ ରୀତିରେ ଯାନିଯୌତୁକ ସହ ବିବାହ କରିଥିଲେ। ହେଲେ ଡାକ କିଛି କାମ ନ କରି ପ୍ରତିଦିନ ମଦ ପିଇ ଘରକୁ ଆସି ସ୍ତ୍ରୀ ରଶ୍ମିତାକୁ ମାରପିଟ କରୁଥିଲେ। ଗୁରୁବାର ରାତିରେ ଡାକ ମଦ ପିଇ ଘରକୁ ଆସି ସ୍ତ୍ରୀ ରଶ୍ମିତାକୁ ମାଡ଼ ମାରିବା ସହ ଏକ କାତିରେ ରଶ୍ମିତାର ମୁଣ୍ଡ ଓ ଛାତିକୁ ହାଣି ଦେଇଥିଲା। ସାହି ବାସିନ୍ଦା ମୁମୂର୍ଷୁ ଅବସ୍ଥାରେ ରଶ୍ମିତାକୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲେ। ଗୁରୁତର ଅବସ୍ଥାରେ ରଶ୍ମିତାକୁ ବ୍ରହ୍ମପୁର ନେବା ପାଇଁ ଚେଷ୍ଟା କରାଯାଉଥିବା ବେଳେ ତାର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe