ଗଂଜାମରେ ନୃଶଂସ ହତ୍ୟା: ବେଲ୍ଟରେ ସ୍ତ୍ରୀଙ୍କ ତଣ୍ଟି ଚିପିଲା ସ୍ବାମୀ, ମୃତଦେହକୁ ଖଣ୍ଡଖଣ୍ଡ କରି ନଦୀରେ ଫିଙ୍ଗିଲା

Advertisment
ଗଂଜାମରେ ନୃଶଂସ ହତ୍ୟା: ବେଲ୍ଟରେ ସ୍ତ୍ରୀଙ୍କ ତଣ୍ଟି ଚିପିଲା ସ୍ବାମୀ, ମୃତଦେହକୁ ଖଣ୍ଡଖଣ୍ଡ କରି ନଦୀରେ ଫିଙ୍ଗିଲା

ସୋରଡ଼ା: ଗଂଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ ଭଗବାନପୁର ଗ୍ରାମରେ ଘଟିଯାଇଛି ଏକ ହତ୍ୟାକାଣ୍ଡ। ସ୍ୱାମୀ ନିଜ ସ୍ତ୍ରୀଙ୍କୁ ଏକ ବେଲ୍ଟ ମାଧ୍ୟମରେ ତଣ୍ଟି ଚିପି ହତ୍ୟା କରିବା ପରେ ଗ୍ରାମ ନିକଟରେ ଥିବା ଋଷିକୂଲ୍ୟା ନଦୀକୂଳକୁ ନେଇ ହାତ, ଗୋଡ଼, ଜଙ୍ଘ, ବେକକୁ ଖଣ୍ଡ ଖଣ୍ଡ କରି କାଟି ଫିଙ୍ଗି ଦେଇଥିବା ସୂଚନା। ମୃତକ ହେଲେ ବୁଲି ମୂଳି। ଘଟଣା ଘଟିବା ପରେ ଅଭିଯୁକ୍ତ ସ୍ୱାମୀ ନାରାୟଣ ମୂଳି ନିଜେ ପୁଲିସ ସମୁଖରେ ଆତ୍ମସମର୍ପଣ କରିଛି। ଏଥି ସହିତ ହତ୍ୟାକାଣ୍ଡ ନେଇ ପୁଲିସ ନିକଟରେ ବୟାନ ଦେଇଛି।

ଅଭିଯୁକ୍ତଠୁ ସମସ୍ତ ଘଟଣା ସଂପର୍କରେ ଅବଗତ ହେଲା ପରେ ସୋରଡ଼ା ଥାନା ପୁଲିସ ଅଭିଯୁକ୍ତ ସ୍ୱାମୀ ନାରାୟଣ ମୂଳିକୁ ନେଇ ଘଟଣା ସ୍ଥଳରେ ପହଂଚି ତଦନ୍ତ ଚଳାଇଛି। ଋଷିକୂଲ୍ୟା ନଦୀରେ ବହୁତ ଖୋଜା ଖୋଜି କରିବା ପରେ ମଧ୍ୟ ମୃତକଙ୍କ କଟା ଅଂଶରୁ କିଛି ଜବତ ହୋଇପାରିନି। ପୁଲିସ ଘଟଣାରେ ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ଏକ ମାମଲା ରୁଜୁ କରିବା ସହ ତଦନ୍ତ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe