ମଦ୍ୟପ ସ୍ୱାମୀର ଉନ୍ମତ୍ତକାଣ୍ଡ: ସ୍ତ୍ରୀଙ୍କୁ ପଥରରେ ଛେଚି ହତ୍ୟା

ଅସହ୍ୟ ହେଲା ନିର୍ଯାତନା: ପୁଅକୁ ହତ୍ୟାକଲେ ବାପା-ମା’

bbc

କରଞ୍ଜିଆ ଗୋଲେଇ : ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ସିଆଳିନଇଁ ବସ୍ତିରେ ଏକ ଅଭାବନୀୟ ଘଟଣା ଘଟିଛି। କିଛିଦିନ ପୂର୍ବରୁ ବନବିଭାଗ ଦ୍ୱାରା ବିସ୍ଥାପିତ ହୋଇ ସିଆଳିନଇଁଠାରେ କିଛି ଖଡ଼ିଆ ପରିବାର ରହୁଛନ୍ତି। ସୋମବାର ଦିନ ବେ‌ଳେ କୌଣସି କାରଣରୁ ବସ୍ତିର ଗୋଟିଏ ପରିବାରର ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଫଳରେ ନିଶାସକ୍ତ ସ୍ୱାମୀ ଶ୍ୟାମସୁନ୍ଦର ଦେହୁରୀ ରାଗି ସ୍ତ୍ରୀ ସୁଟିକୀ ଦେହୁରୀଙ୍କ ମୁଣ୍ଡରେ ଏକ ପଥର ଛେଚି ଦେଇଥିଲେ। ଫଳରେ ସୁଟକୀଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା। ଖବର ପାଇ କରଞ୍ଜିଆ ପୁଲିସ ପହଞ୍ଚି ଶବ ଜବତ କରିବା ସହ ଶ୍ୟାମସୁନ୍ଦରଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe