କେସିଙ୍ଗା : ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

Advertisment
ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

Representational image: The Express Tribune

କେସିଙ୍ଗା : କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ବ୍ରାହ୍ମଣୀ ଗାଁରେ ପୁଷ୍ପାଞ୍ଜଳି ରାଉତ ନାମ୍ନୀ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ରମାକାନ୍ତ ରାଉତ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣା ପରେ ଅଭିଯୁକ୍ତ ରମାକାନ୍ତ ଟିଟିଲାଗଡ଼ ପଟକୁ ଫେରାର ହେଉଥିବା ବେଳେ‌ ପୁଲିସ ତାକୁ ଗିରଫ କରିଛି। ରବିବାର ଦିନ ସାଢ଼େ ୧୧ଟାରେ ଘଟିଥିବା ଏହି ବୀଭତ୍ସ ହତ୍ୟାକାଣ୍ଡ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ରମାକାନ୍ତ ୨୦ ବର୍ଷ ତଳେ କାଣ୍ଡେଲ ଗ୍ରାମର ପୁଷ୍ପାଞ୍ଜଳିଙ୍କୁ ବିବାହ କରିଥିଲେ। ସେମାନଙ୍କ ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ଝିଅ ଏବେ ଯୁକ୍ତ ତିନିରେ ଅଧ୍ୟୟନ କରୁଛନ୍ତି। ରମାକାନ୍ତ ଜଣେ ମଦ୍ୟପ ହୋଇଥିବାରୁ ସ୍ତ୍ରୀ ପୁଷ୍ପାଞ୍ଜଳି କୁଲି ମଜୁରି କରି ପରିବାର ପୋଷୁଥିଲେ। ରବିବାର ସକାଳୁ ମଧ୍ୟ ସେ କାମ କରିବାକୁ ଯାଇ ଦିନ ସାଢ଼େ ୧୧ଟାରେ ଘରକୁ ଆସିଥିଲେ। ଏହି ସମୟରେ ସ୍ବାମୀ-ସ୍ତ୍ରୀ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ରମାକାନ୍ତ ଉତ୍ତ୍ୟକ୍ତ ହୋଇ ଏକ ଟାଙ୍ଗିଆରେ ପୁଷ୍ପାଞ୍ଜଳିଙ୍କୁ ଚୋଟ ମାରିଥିଲା। ବାଡ଼ିପଟେ ଥିବା ଝିଅ ଚିତ୍କାର ଶୁଣି ଦୌଡ଼ି ଆସିଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମାଙ୍କୁ ଦେଖି ସେ ସାହାଯ୍ୟ ପାଇଁ ପାଖ ପଡ଼ିଶା ଲୋକଙ୍କୁ ବିକଳରେ ଡାକିଥିଲେ। ଗୁରୁତର ପୁଷ୍ପାଞ୍ଜଳିଙ୍କୁ ଡାକ୍ତରଖାନା ନେବାକୁ ସେ କାନ୍ଦି କାନ୍ଦି ନେହୁରା ହୋଇଥିଲେ। ମାତ୍ର ସମସ୍ତେ ଆସି ଦେଖିଦେଇ ପଳାଇଥିଲେ। ହେଲେ କେହି ବି ସହାୟତା ପାଇଁ ଆସି ନଥିଲେ ବୋଲି ଝିଅ ପୁଲିସକୁ କାନ୍ଦି କାନ୍ଦି କହିଛନ୍ତି। ସମାଜରେ ମଣିଷପଣିଆ ହଜିଯାଇଛି ବୋଲି ସେ କାନ୍ଦି କାନ୍ଦି ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe