ସ୍ତ୍ରୀଙ୍କୁ ମାରିବାପରେ ସଂପର୍କୀୟଙ୍କୁ ‘ଶୁଦ୍ଧି ହେଇଯିବୁ’ କହି ଫେରାର ହୋଇଗଲେ ମଦ୍ୟପ ସ୍ୱାମୀ

Advertisment
ସ୍ତ୍ରୀଙ୍କୁ ମାରିବାପରେ ସଂପର୍କୀୟଙ୍କୁ ‘ଶୁଦ୍ଧି ହେଇଯିବୁ’ କହି ଫେରାର ହୋଇଗଲେ ମଦ୍ୟପ ସ୍ୱାମୀ

ମହାକାଳପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ମହାକାଳପଡ଼ା ଥାନାର ଗୋପାଳପୁର ଗାଁରେ ମଦ୍ୟପ ସ୍ୱାମୀ ସ୍ତ୍ରୀକୁ କାଠ ଫାଳିଆରେ ପିଟି ହତ୍ୟା କରିଥିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ମିଳିଥିବା ସୂଚନା ଅନୁଯାୟୀ, ପାରିବାରିକ କଳହରୁ ଏହି ହତ୍ୟା ହୋଇଛି । ଏହି ଘଟଣାର ଅଭିଯୁକ୍ତ ସ୍ୱାମୀ ଫେରାର ହୋଇଯାଇଥିବା ଜଣାଯାଇଛି।

ଖବରରୁ ପ୍ରକାଶ ଯେ ମଦ୍ୟପ ସ୍ୱାମୀ ବାବୁଲି ସୂତାର(୪୦) ଭୋର ୫ଟା ବେଳେ ସ୍ତ୍ରୀ ବାସନ୍ତୀ ବେହେରା (୩୦)ଙ୍କୁ ମଦ ପିଇବାଲାଗି ୧୦୦ ଟଙ୍କା ମାଗିଥିଲେ। କିନ୍ତୁ ବାସନ୍ତୀ ତାହା ଦେବାକୁ ରାଜି ହୋଇ ନ ଥିଲେ। ଫଳରେ ଉଭୟଙ୍କ ଭିତରେ ଝଗଡ଼ା ହୋଇଥିଲା। ଶେଷରେ ଉତକ୍ଷିପ୍ତ ହୋଇ ବାବୁଲି ସୂତାର ପାଖରେ ପଡ଼ିଥିବା ଏକ କାଠ ଫାଳିଆରେ ବାସନ୍ତୀଙ୍କୁ ପିଟିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ବାସନ୍ତୀଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା।

ଏହାପରେ ସେ ବାହାରପଟୁ ଘରେ ତାଲା ପକାଇ ନିଜର ଦୁଇ ଝିଅଙ୍କୁ ସାହିର ଜଣଙ୍କ ଘରେ ଛାଡ଼ି ଦେଇ ଚାଲିଯାଇଥିଲେ। ସେହିସମୟରେ ଜଣେ ସଂପର୍କୀୟଙ୍କୁ କହିଥିଲେ ‘ଶୁଦ୍ଧି ହେଇଯିବୁ’ । ସଂପର୍କୀୟଜଣକ କିଛି ବୁଝିପାରିଲେନି। କିନ୍ତୁ ଝିଅମାନେ କାନ୍ଦିକାନ୍ଦି ସବୁ କଥା କହିବାପରେ ଗାଆଁର ୱାର୍ଡ ମେମ୍ବର ମହାକାଳପଡ଼ା ଥାନାରେ ଏତଲା ଦେଇଥିଲେ। ଏହାପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କବାଟ ଖୋଲାଯାଇଥିଲା। ପୁଲିସ ଅଭିଯୁକ୍ତ ବାବୁଲି ସୂତାରକୁ ଖୋଜୁଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe