ସାଇକେଲ ଚେନ୍‌‌ରେ ତଣ୍ଟିଚିପି ସ୍ତ୍ରୀକୁ ହତ୍ୟା

ଅଟୋ ଚାଳକ ସହ ଫେରାର ଥିଲେ, ଭୁବନେଶ୍ବରରୁ ନୂଆଗାଁ ଡକାଇ ନାରକୀୟ କାଣ୍ଡ

ଟଙ୍କା ପାଇଁ ମାଆକୁ ହତ୍ୟା କଲା ପୁଅ

Representation image, Times of India

ନୟାଗଡ଼/ନୂଆଗାଁ : କିଛିଦିନ ବ୍ୟବଧାନରେ ନୟାଗଡ଼ ସଦର ଥାନା ଅଞ୍ଚଳରେ ପରାକୀୟା ପ୍ରୀତି ପାଇଁ ପୁଣି ଏକ ହତ୍ୟାକାଣ୍ଡ ଘଟିଛି। ସ୍ବାମୀଙ୍କୁ ଛାଡ଼ି ସ୍ବାମୀଙ୍କ ସାଙ୍ଗ ତଥା ଅଟୋ ଚାଳକଙ୍କ ସହ ଫେରାର୍‌ ଥିବା ଗୀତା ବେହେରା(୩୦) ହତ୍ୟାର ଶିକାର ହୋଇଛନ୍ତି। ତାଙ୍କ ସ୍ବାମୀ ସନ୍ତୋଷ ବେହେରା(୪୦) ସାଇକେଲ ଚେନ୍‌ରେ ଗୀତାଙ୍କ ତଣ୍ଟିକୁ ଚିପି ଏଭଳି ନାରକୀୟ କାଣ୍ଡ ଘଟାଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ସନ୍ତୋଷ ଓ ଗୀତାଙ୍କ ବିବାହ ବୈଦିକ ରୀତିରେ ସମ୍ପନ୍ନ ହୋଇଥିଲା। ସେମାନଙ୍କର ଏବେ ଏକ ୧୩ ବର୍ଷର ପୁଅ ମଧ୍ୟ ରହିଛି। ତେବେ ସନ୍ତୋଷ ଅନେକ ସମୟରେ ମଦ ପିଇ ଗୀତାଞ୍ଜଳିଙ୍କୁ ନିର୍ଯାତନା ଦେଉଥିଲା। ଯାହାକୁ ନେଇ ପରିବାରରେ ସବୁବେଳେ ଅଶାନ୍ତ ବାତାବରଣ ଲାଗି ରହୁଥିଲା। ସନ୍ତୋଷ ଓ ଗୀତାଙ୍କ ମଧ୍ୟ‌ରେ ଦୂରତା ବଢ଼ୁଥିବାରୁ, ସନ୍ତୋଷଙ୍କ ସାଙ୍ଗ ଅଟୋ ଚା‌ଳକ ସନ୍ତୋଷ ସାହୁଙ୍କ ସହିତ ଗୀତାଙ୍କର ଆତ୍ମୀୟତା ବଢ଼ିଥିଲା। ସନ୍ତୋଷ ସାହୁଙ୍କ ଘର ନୂଆଗାଁ ବ୍ଲକ୍‌ ଦୁରୁଦୁରା ଗ୍ରାମରେ ବୋଲି ଜଣାପଡ଼ିଛି। ଏହାପରେ ଗୀତା ଅଟୋ ଚାଳକ ସନ୍ତୋଷ ସହିତ ଭୁବନେଶ୍ବର ଚାଲିଯାଇଥିଲେ। ସାଲିଆସାହି ବସ୍ତିରେ ଗୀତା ଓ ଅଟୋ ଚାଳକ ସନ୍ତୋଷ ସାହୁ ପତିପତ୍ନୀ ଭାବେ ରହୁଥିଲେ। ପାଖାପାଖି ଦୁଇ ମାସ ହେବ ଅସନ୍ତୋଷର ନିଆଁରେ କୁହୁଳୁଥିବା ବେଳେ ସ୍ବାମୀ ସନ୍ତୋଷ ଗତ ଗୁରୁବାର ଦିନ କୌଶଳକ୍ରମେ ଗୀତାଙ୍କୁ ସାଲିଆସାହିରୁ ନିଜ ଗ୍ରାମ ନୂଆଗାଁ ବ୍ଲକ୍‌ ଚାହାଳି ନିକଟସ୍ଥ ଜଗନ୍ନାଥପୁରକୁ ଡକାଇଥିଲେ। ସେଠାରେ ତାଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଥିଲା। ଗତକାଲି ସାଇକଲ୍ ଚେନ୍‌ରେ ଗୀତାଙ୍କ ତଣ୍ଟି ଚିପି ହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ପୁଲିସ୍‌ ସନ୍ତୋଷଙ୍କୁ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe