ସରପଞ୍ଚଙ୍କ ସ୍ବାମୀଙ୍କ ମୁଣ୍ଡକୁ ଛୁରା ଭୁସି ଦେଲା ଯୁବକ

Advertisment
ସାଙ୍ଗକୁ ଛୁରି ଭୁସିଲା ସାଙ୍ଗ, ବାହାରି ପଡ଼ିଲା ଅନ୍ତବୁଜୁଳା

The Financial Express

ବାଲିଅନ୍ତା: ସ୍ଥାନୀୟ କାକରୁଦ୍ରପୁର ପଞ୍ଚାୟତର ସରପଞ୍ଚ ସସ୍ମିତା ମଲ୍ଲିକଙ୍କ ସ୍ବାମୀ ରାମଚନ୍ଦ୍ର ମଲ୍ଲିକ(୪୦)ଙ୍କୁ ଉକ୍ତ ଗ୍ରାମର ଜଣେ ଯୁବକ ଛୁରାରେ ପ୍ରାଣାନ୍ତକ ଆକ୍ରମଣ କରିଛି। ଛୁରାମାଡ଼ରେ ରାମଚନ୍ଦ୍ରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ପରିବାର ଲୋକ ରାମଚନ୍ଦ୍ରଙ୍କୁ ଚିକିତ୍ସା ଲାଗି ନିକଟସ୍ଥ ହସ୍ପିଟାଲକୁ ପଠାଇଥିଲେ। ନିର୍ବାଚନ ହାରଜିତକୁ କେନ୍ଦ୍ର କରି ରାମଚନ୍ଦ୍ରଙ୍କୁ ଆକ୍ରମଣ କରାଯାଇଥିବା କୁହାଯାଇଛି।

ସୂଚନା ଅନୁସାରେ ଗତକାଲି ସଂଧ୍ୟା ସମୟରେ ରାମଚନ୍ଦ୍ର ଘର ସମ୍ମୁଖରେ ଠିଆ ହୋଇଥିବା ବେଳେ ଅଭିଯୁକ୍ତ ଯୁବକ ତାଙ୍କୁ ଛୁରାରେ ଅତର୍କିତ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ରାମଚନ୍ଦ୍ର ଗୁରୁତର ହୋଇପଡ଼ିଥିଲେ। ଏନେଇ ଗ୍ରାମରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଏସଂପର୍କରେ ରାମଚନ୍ଦ୍ର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଆକ୍ରମଣ ପରେ ସଂପୃକ୍ତ ଯୁବକ ଗ୍ରାମରୁ ଫେରାର ହୋଇଯାଇଛି। ଆକ୍ରମଣ ଘଟଣାକୁ ଏହା ମଧ୍ୟରେ ଦୁଇଦିନ ବିତିଯାଇଥିଲେ ମଧ୍ୟ ପୁଲିସ ଗିରଫ କରିପାରି ନାହିଁ। ଏନେଇ ସରପଞ୍ଚଙ୍କ ସମର୍ଥକମାନଙ୍କ ମଧ୍ୟରେ ଘୋର ପ୍ରତିକ୍ରିୟା ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe