ପତ୍ନୀ ହତ୍ୟା ଅଭିଯୋଗରେ ସ୍ବାମୀ ଜେଲ୍‌ ଗଲେ

Advertisment
ମାଆକୁ ବଳାତ୍କାର ପରେ ଆତ୍ମହତ୍ୟା ପାଇଁ ବାଧ୍ୟ କରିଥିବା ଅଭିଯୁକ୍ତକୁ ଆଜୀବନ ଜେଲ୍‌

କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ବେହେରା ଗାଁରେ ପତ୍ନୀଙ୍କୁ ହତ୍ୟା ଅଭିଯୋଗରେ ପୁଲିସ୍ ଅଭିଯୁକ୍ତ ସ୍ବାମୀକୁ ଗିରଫ କରି କୋର୍ଟଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ପ୍ରକାଶ ଯେ, କୋକସରା ଥାନା ବେହେରା ଗ୍ରାମର ଗୌତମ ଗୋପାଳଙ୍କ ପୁଅ ଭାସ୍କର ଗୋପାଳ ୫ ବର୍ଷ ତଳେ କୋକସରା ବ୍ଲକ ବଡ଼କେନ୍ଦୁଗୁଡା ଗ୍ରାମର ଘନ ନାଗଙ୍କ ଝିଅ ପ୍ରେମଳତାଙ୍କୁ ବିବାହ କରିଥିଲେ। ଗତ ବୁଧବାର କୌଣସି କଥାକୁ ନେଇ ଶ୍ବଶୁର ଘର ଲୋକଙ୍କ ସହ ପ୍ରେମଲତାଙ୍କ ଗଣ୍ଡଗୋଳ ହୋଇଥିଲା। ଏହା ପରେ ଗୁରୁବାର ପ୍ରେମଲତା ବେକରେ ରଶି ଲଗାଇ ଘର ମଧ୍ୟରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ଶ୍ବଶୁର ଘର ଲୋକେ ପ୍ରେମଲତାଙ୍କ ବାପଘର ଲୋକଙ୍କୁ କୌଣସି ସୂଚନା ନଦେଇ ଶବ ସତ୍କାର ପାଇଁ ଶ୍ମଶାନକୁ ନେଇଥିଲେ। ଏନେଇ ମୃତ ପ୍ରେମଲତାଙ୍କ ବାପା କୌଣସି ସୂତ୍ରରୁ ଖବରପାଇ ଝିଅକୁ ଶ୍ବଶୁର ଘର ଲୋକେ ମାରି ଦେଇଥିବା କୋକସରା ଥାନାରେ ଅଭିଯୋଗ କରିଥିଲେ। ଏନେଇ ପୁଲିସ୍ ଏକ ମାମଲା ରୁଜୁକରି ଶ୍ମଶାନରୁ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଅନ୍ୟପକ୍ଷରେ ଶନିବାର ପୁଲିସ୍ ଏକ ହତ୍ୟା ମାମଲା ରୁଜୁକରି ଅଭିଯୁକ୍ତ ସ୍ବାମୀ ଭାସ୍କରକୁ ଗିରଫ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe