ପାରିବାରିକ କଳହର କରୁଣ ପରିଣତି: ପତ୍ନୀଙ୍କୁ ମାରି ସ୍ବାମୀର ଆତ୍ମହତ୍ୟା

Advertisment
ଶ୍ବଶୁର ଘରେ ଜ୍ବାଇଁର ଆତ୍ମହତ୍ୟା

National Herald

ପୋଲସରା : ମାତ୍ର ୪ ମାସ ତଳେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ନବଦମ୍ପତିଙ୍କ ଭିତରେ ପାରିବାରିକ କଳହର କରୁଣ ପରିଣତି। ଆଉ ପତ୍ନୀକୁ କୁରାଢ଼ିରେ ହାଣି ନିର୍ମମ ଭାବେ ହତ୍ୟା ପରେ ପତିର ଆତ୍ମହତ୍ୟା। ଗଞ୍ଜାମ ଜିଲ୍ଲା ପୋଲସରା ଥାନା ସୋଡ଼କ ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଆଜି ଆଲୋଡ଼ନ ସୃଷ୍ଟି କରିଛି। ଗତକାଲି ରାତିରେ ପତ୍ନୀ ଲିଲି ଗ‌ୌଡ଼ (୨୩)ଙ୍କୁ ହତ୍ୟା କରିବା ପରେ ସ୍ବାମୀ ବିପିନି ଗୌଡ଼ (୨୮) ବେକରେ ଗାମୁଛା ବାନ୍ଧି ପଙ୍ଖାରେ ଝୁଲି ଆତ୍ମହତ୍ୟାର ବାଟ ବାଛିନେଇଛନ୍ତି।

ମିଳିଥିବା ସୂଚନାନୁସାରେ, ସୋଡ଼କ ଗ୍ରାମପଞ୍ଚାୟତ ଅଫିସ୍ ସାମ୍ନା ସାହିରେ ରହୁଥିବା ପାଣ ଗୌଡ଼ଙ୍କ ପୁଅ ବିପିନି ଗତ ଏପ୍ରିଲ୍ ମାସରେ ମନ୍ଦାର ନିକଟ ଅରଖପୁର ଗ୍ରାମର ମଦନ ଗୌଡ଼ଙ୍କ ଝିଅ ଲିଲିଙ୍କୁ ବିବାହ କରିଥିଲେ। ବିପିନି ଗାଈ ଓ ମଇଁଷି ରଖି କୌଳିକ ବୃତ୍ତି କରିଆସୁଥିଲେ। ହେଲେ ବିବାହ ପରଠୁ ବିପିନି ଓ ଲିଲିଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ‌ହେଉଥିଲା। ଜଣେ ଯୁବକଙ୍କ ସହ ଲିଲିଙ୍କ ପ୍ରେମ ସଂପର୍କ ଥିବା ନେଇ ବିପିନି ତାଙ୍କ ଉପରେ ସନ୍ଦେହ କରିଆସୁଥିଲେ। ଏହା ଜାଣିବା ପରେ ବିପିନି ତାଙ୍କୁ ବାରମ୍ବାର ତାଗିଦ୍ କରିଥିଲେ। ଏପରିକି ଶ୍ବଶୁରଘର ଲୋକଙ୍କୁ ବିପିନି ଏହି ବିଷୟରେ ଜଣାଇଥିଲେ ମଧ୍ୟ କିଛି ସମାଧାନ ହୋଇ ନଥିଲା। ଫଳରେ ଉଭୟଙ୍କ ଦାମ୍ପତ୍ୟ ଜୀବନ‌ରେ ସବୁବେଳେ ଅଶାନ୍ତି ଲାଗି ରହିଥିଲା। ଶେଷରେ ଲିଲିଙ୍କୁ ହତ୍ୟା କରିବା ଲାଗି ବିପିନି ଯୋଜନା କରିଥିଲେ। ଗତକାଲି ରାତିରେ ଖାଇସାରିବା ପରେ କୁରାଢ଼ି‌ରେ ତାଙ୍କ ବେକକୁ ହାଣି ‌ଦେଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ଲିଲିଙ୍କ ମୃତ୍ୟୁ ହୋଇଥିବା ବେଳେ ବିପିନି ମାନସିକ ଭାରସାମ୍ୟ ହରାଇ ପଙ୍ଖାରେ ଲୁଗା ବାନ୍ଧି ଝୁଲି ପଡ଼ିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe