ପତ୍ନୀ ଏବଂ ତାଙ୍କ ପ୍ରେମିକଙ୍କ ଗଳାକାଟି ହତ୍ୟା ଉଦ୍ୟମ କଲେ ସ୍ବାମୀ, ପ୍ରେମିକଙ୍କ ଗୁପ୍ତାଙ୍ଗ କାଟିଲେ

ଯାଜପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ପତ୍ନୀ ଓ ପତ୍ନୀଙ୍କ ପ୍ରେମିକର ଗଳା କାଟି ହତ୍ୟା ଉଦ୍ୟମ କରିଛନ୍ତି ସ୍ୱାମୀ। ଉଭୟଙ୍କ ଗଳା କାଟି ଥିବା ବେଳେ ପ୍ରେମିକଙ୍କର ଗୁପ୍ତାଙ୍ଗ କାଟି ଦେଇଛନ୍ତି ସ୍ୱାମୀ....

Husband tried to murder wife and her lover by slitting their throats, cutting off lover's private parts

Husband tried to murder wife and her lover by slitting their throats, cutting off lover's private parts Photograph: (sambad.in)

ଯାଜପୁର: ଯାଜପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ପରକୀୟା ପ୍ରୀତିର କରୁଣ ପରିଣତିର ଏକ ଉଦାହରଣ ଦେଖିବାକୁ ମିଳିଛି। ପତ୍ନୀ ଓ ପତ୍ନୀଙ୍କ ପ୍ରେମିକର ଗଳା କାଟି ହତ୍ୟା ଉଦ୍ୟମ କରିଛନ୍ତି ସ୍ୱାମୀ। ଉଭୟଙ୍କ ଗଳା କାଟି ଥିବା ବେଳେ ପ୍ରେମିକଙ୍କର ଗୁପ୍ତାଙ୍ଗ କାଟି ଦେଇଛନ୍ତି ସ୍ୱାମୀ।

ଯାଜପୁର ସଦର ଥାନା ମାଳହାଟ ନିକଟରୁ ଗୁରୁତର ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରାଯାଇଛି । ସ୍ଥାନୀୟ ଲୋକେ ତୁରନ୍ତ ସେମାନଙ୍କୁ ଚିକିତ୍ସା ଲାଗି ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାକୁ ନେଇଯାଇଥିଲେ।

ମହିଳା ଜଣକ ଏକ ବର୍ଷ ହେବ ପ୍ରେମକଙ୍କ ସହ ରହୁଥିଲେ। ମହିଳା ଏବଂ ତାଙ୍କ ପ୍ରେମିକ ପ୍ରଶାନ୍ତ ନାଥଙ୍କୁ ଗୁରୁତର ଅବସ୍ଥାରେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତ ସ୍ୱାମୀ କୋରେଇ ଜାରଦା ଗାଁର ମନୋଜ କୁମାର ମହାନ୍ତି ଫେରାର ହୋଇଯାଇଛନ୍ତି। ଖବର ପାଇ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।

ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ମହିଳା ଜଣକ ତାଙ୍କ ପ୍ରଥମ ସ୍ୱାମୀଙ୍କୁ ଛାଡିବା ପରେ ଦ୍ୱିତୀୟ ବିବାହ କରିଥିଲେ। 

Jajpur | Crime 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe