ଗର୍ଭବତୀ ମହିଳାଙ୍କ ଆତ୍ମହତ୍ୟା ଘଟଣା: ଯୌତୁକଜନିତ ହତ୍ୟା ଅଭିଯୋଗରେ ଜେଲ୍‌ ଗଲା ସ୍ୱାମୀ

Advertisment
ଗର୍ଭବତୀ ମହିଳାଙ୍କ ଆତ୍ମହତ୍ୟା ଘଟଣା: ଯୌତୁକଜନିତ ହତ୍ୟା ଅଭିଯୋଗରେ ଜେଲ୍‌ ଗଲା ସ୍ୱାମୀ

କଂଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ୍‌ ଟିକିରାପଡ଼ା ଗାଁରେ ଗର୍ଭବତୀ ମହିଳା ପ୍ରେମଶୀଳା ମାଝୀଙ୍କ ଆତ୍ମହତ୍ୟା ଘଟଣା ଭିନ୍ନ ମୋଡ଼ ନେଇଛି। ତାଙ୍କୁ ‌ଯୌତୁକ ପାଇଁ ହତ୍ୟା କରିଥିବା ଅଭିଯୋଗରେ ତାଙ୍କ ସ୍ବାମୀ ପ୍ରତାପ ମାଝୀ ଜେଲ୍‌ ଯାଇଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ ଗତ ଶନିବାର ପ୍ରେମଶୀଳା ଆତ୍ମହତ୍ୟା କରିଥିବା ସୂଚନା ମିଳିଥିଲା। ଅନ୍ୟପକ୍ଷରେ ଯୌତୁକ ପାଇଁ ତାଙ୍କୁ ହତ୍ୟା କରାଯାଇଥିବା ତାଙ୍କ ଭାଇ ତୁରେକେଲା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ଥାନା ଅଧିକାରୀ କମଳ ଲୋଚନ ବେହେରା ତଦନ୍ତ କରିବା ସହ ମୃତ ମହିଳାଙ୍କ ସ୍ୱାମୀ ପ୍ରତାପକୁ ଥାନାରେ ଅଟକ ରଖି ଜେରା କରିଥିଲେ। ଅଭିଯୁକ୍ତ ଅଧିକ ଯୌତୁକ ଦାବି କରିବା ସହ ମହିଳାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିବା ପୁଲିସ ତଦନ୍ତରୁ ଜାଣି ପାରିଥିଲା। ସୋମବାର ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପୁଲିସ ଅଭିଯୁକ୍ତ ପ୍ରତାପକୁ କୋର୍ଟ ଚାଲାଣ କରିଥିଲା। କୋର୍ଟରେ ତାର ଜାମିନ ନାମଞ୍ଜୁର ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe