ପୁରୀ ପୁଲିସ କ୍ବାର୍ଟର୍ସରେ ଗଣଦୁଷ୍କର୍ମ ଘଟଣାରେ ଦମ୍ପତି ଗିରଫ

Advertisment
ପୁରୀ ନାବାଳିକା ଗଣଦୁଷ୍କର୍ମ ଘଟଣା : ସିବିଆଇ ତଦନ୍ତ ପାଇଁ ମାମଲା

ପୁରୀ : ପୁରୀର ପୁଲିସ କ୍ବାର୍ଟର୍ସରେ ଗଣଦୁଷ୍କର୍ମ ଘଟଣାରେ ଆଜି ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଏକ ଦମ୍ପତିଙ୍କୁ ପୁଲିସ ଗିରଫ କରାଯାଇଥିବା ଜଣାଯାଇଛି। ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପୁରୀ ଆରକ୍ଷୀ ଅଧୀକ୍ଷକ ଡକ୍ଟର ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି। ଏହି ଦମ୍ପତିଙ୍କ ନାମ ହେଲା ରଂଜିତ ପରିଡ଼ା ଏବଂ ସୌମ୍ୟା ଶେଫାଳିକା ପରିଡ଼ା। ଏଦୁହେଁ ପୀଡ଼ିତାଙ୍କୁ ଭୁବନେଶ୍ବରରୁ ପୁରୀ ଆଣିଥିଲେ ବୋଲି ଜଣାଯାଇଛି।

ସୂଚନାଯୋଗ୍ୟ ଗତକାଲି ରାୟଗଡ଼ାରୁ ଚତୁର୍ଥ ଅଭିଯୁକ୍ତ ବୁଲୁ ବାରିକକୁ ଗିରଫ କରାଯାଇଥିବାର ସୂଚନା ମିଳିଥିଲା। ସ୍ୱତନ୍ତ୍ର ସ୍କ୍ୱାର୍ଡ ଦ୍ବାରା ଗିରଫ ହୋଇଥିବା ଚତୁର୍ଥ ଅଭିଯୁକ୍ତ ବୁଲୁ ବାରିକ ଜଣେ ସିଆରପିଏଫ୍ ଯବାନ ବୋଲି ବି ସୂଚନା ମିଳିଥିଲା। ସିଆରପିଏଫ୍ ଯବାନ ବୁଲୁ ବାରିକର ଘର ରେଣ୍ଢା ଗାଁ’ରେ ।

ଆଗରୁ ପୁରୀର ପୁଲିସ କ୍ବାର୍ଟର୍ସରେ ଗଣଦୁଷ୍କର୍ମ ଘଟଣାରେ ବ୍ରହ୍ମଗିରି ଥାନା ଆଳିଆପୁଟୁ ଅଞ୍ଚଳର ରାମଚନ୍ଦ୍ର ପ୍ରଧାନ(୩୨)କୁ ଗତ ୬ ତାରିଖ ଦିନ ଗିରଫ କରିଥିଲା। ତାକୁ ସ୍ପେସାଲ୍ ସ୍କ୍ବାଡ୍ ଟାଙ୍ଗୀ ଅଞ୍ଚଳରୁ ଗିରଫ କରିବାରେ ସକ୍ଷମ ହୋଇଥିଲା। ରାମଚନ୍ଦ୍ରର ନାଁ’ରେ ପୂର୍ବରୁ ବ୍ରହ୍ମଗିରି ଥାନାରେ ୪ରୁ ଅଧିକ ମାମଲା ରହିଛି। ତେବେ ଜିତୁ ଘରକୁ ମଦ ପିଇବା ପାଇଁ ଯାଇ ସେ ଏହି ଗଣଦୁଷ୍କର୍ମ ମାମଲାରେ ଫସିଯାଇଥିବା କହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe