ହାଇଦର ଏନ୍‌କାଉଣ୍ଟର: ଜେଲ୍‌ରେ ଟିଟୋ ଉପରେ କଡ଼ା ନଜର

Advertisment
କେନ୍ଦ୍ରାପଡ଼ା ଫେରିଲା ଗ୍ୟାଙ୍ଗଷ୍ଟର ଟିଟୋ! ଜିଲ୍ଲା ଅଦାଲତରୁ ଜାମିନ୍‌

ବ୍ରହ୍ମପୁର : ପୁଲିସ୍‌ ଏନ୍‌କାଉଣ୍ଟରେ ହାଇଦର୍‌ ପ୍ରାଣ ହରାଇବାପରେ ଯିଏ ଏବେ ଆଲୋଚନାର କେନ୍ଦ୍ରବିନ୍ଦୁ ସାଜିଛି, ସେ ହେଉଛି ଅନ୍ୟତମ ଗ୍ୟାଙ୍ଗ୍‌ଷ୍ଟର୍‌ ଟିଟୋ। ଟିଟୋ ଏବେ ବ୍ରହ୍ମପୁର ଜେଲ୍‌ରେ ରହୁଛି। ମିଳିଥିବା ସୂଚନା ଅନୁସାରେ, ହାଇଦର୍‌ ଏନ୍‌କାଉଣ୍ଟର୍‌ ଘଟଣା ପରଠାରୁ ଟିଟୋର ହାବଭାବ ଉପରେ ଏବେ ଜେଲ୍‌ କର୍ତ୍ତୃପକ୍ଷଙ୍କ ତୀକ୍ଷ୍‌ଣ ନଜର ରହିଛି। ଟିଟୋ ବି ଭୟଭୀତ ଅବସ୍ଥାରେ ରହିଥିବା ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି।

publive-image LocalWire

୧୯୮୦-୮୧ରେ କେନ୍ଦ୍ରାପଡ଼ା ଜିଲ୍ଲାରେ ହାଇଦର୍‌ ଓ ଟିଟୋର ଅପରାଧ ସାମ୍ରାଜ୍ୟ ମୁଣ୍ଡ‌ ଟେକିଥିଲା। ଉଭୟେ ନିଜ ନିଜର ଗ୍ୟାଙ୍ଗ୍‌ ଗଠନ କରି ନାନା ଅପରାଧ ଘଟାଇ ଚାଲିଥିଲେ। ପରେ ଏମାନେ ଗ୍ୟାଙ୍ଗ୍‌ଷ୍ଟର୍‌ ପାଲଟିଥିଲେ। ଏରିଆ ଭାଗବଣ୍ଟାକୁ ନେଇ ଉଭୟେ ମୁହାଁମୁହିଁ ହୋଇଥିଲେ। କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ଉଭୟଙ୍କ ମଧ୍ୟରେ ବୁଝାମଣା ହୋଇଥିଲା। ହାଇଦର୍‌ ଗିରଫ ହେବାପରେ ତା’ର ଗ୍ୟାଙ୍ଗ୍‌ ଦୁର୍ବଳ ହୋଇ ପଡ଼ିଥିଲା। ଏଣୁ କେନ୍ଦ୍ରାପଡ଼ାରେ ଟିଟୋର ଆଧିପତ୍ୟ ବଢ଼ିଥିଲା। ପ୍ରାୟ ୪୦ବର୍ଷ ଧରି ଟିଟୋ କେନ୍ଦ୍ରାପଡ଼ାରେ ରାଜ୍‌ କରିଛି। ଗତ ୨୦୧୮ ଜୁନ୍‌ ମାସରେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ଟିମ୍‌ ଯାଜପୁର ଜିଲ୍ଲା ଚଣ୍ଡିଖୋଲ ନିକଟରେ ଟିଟୋକୁ ଏନ୍‌କାଉଣ୍ଟର୍‌ କରିଥିଲା। ଟିଟୋ ନାଁରେ ହତ୍ୟା, ହତ୍ୟା ଉଦ୍ୟମ, ଦାଦାବଟି, ଟେଣ୍ଡର୍‌ ଫିକ୍ସିଂ ଭଳି ବହୁ ସଙ୍ଗିନ୍‌ ମାମଲା ରହିଛି।

publive-image

ଗତ ମେ ୪ତାରିଖରେ ଟିଟୋକୁ ଭୁବନେଶ୍ବର ଝାରପଡ଼ା ଜେଲ୍‌ରୁ କଡ଼ା ସୁରକ୍ଷା ବଳୟରେ ବ୍ରହ୍ମପୁର ମଣ୍ଡଳ କାରାଗାରକୁ ସ୍ଥାନାନ୍ତର କରାଯାଇଥିଲା। ଏଠାରେ କଡ଼ା ସୁରକ୍ଷା ବଳୟ ଥିବା ଏକ ସେଲ୍‌ରେ ଟିଟୋକୁ ରଖାଯାଇଛି। ବ୍ରହ୍ମପୁର ଜେଲ୍‌ରେ ତା’ର କୌଣସି ସହଯୋଗୀ ନାହାନ୍ତି। ପୂର୍ବରୁ ଟିଟୋର ଜଣେ ସହଯୋଗୀ ଥିଲା। କିନ୍ତୁ ଗତ କିଛିମାସ ତଳେ ତାକୁ ଅନ୍ୟ ଜେଲ୍‌କୁ ସ୍ଥାନାନ୍ତର କରି ଦିଆଯାଇଥିବା ଜଣାପଡ଼ିଛି। ଟିଟୋ ଧଳା ଧୋତି ଓ ଗଞ୍ଜି ପିନ୍ଧି ଜେଲ୍‌ରେ ରହୁଛି। କାନ୍ଧରେ ଏକ ଧଳା ଗାମୁଛା ଖଣ୍ଡିଏ ପକାଉଛି।

ଏକ ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ଖବର ଅନୁସାରେ, ହାଇଦର୍‌ ଏନ୍‌କାଉଣ୍ଟର୍‌ ଘଟଣା ପରେ ଟିଟୋ ସେହିଦିନ କମନ୍‌ ହଲ୍‌ରେ ଲାଗିଥିବା ଟିଭିରେ ପୂରା ନ୍ୟୁଜ୍‌ ଦେଖିଥିଲା। ଏନ୍‌କାଉଣ୍ଟର୍‌ ଘଟଣା ନ୍ୟୁଜ ପ୍ରସାରିତ ହେବା ପରେ ପରବର୍ତ୍ତୀ ଘଟଣାକ୍ରମ ଉପରେ ସେ ବରାବର ନଜର ରଖିଥିଲା। ହାଇଦର ଏନ୍‌କଉଣ୍ଟର ପରେ ଗ୍ୟାଙ୍ଗ୍‌ଷ୍ଟର ଟିଟୋ ଏବେ ଭୟଭୀତ ଅବସ୍ଥାରେ ରହିଥିବା ସୂଚନା ମିଳିଛି। ଏମିତିକି ତା’ର ବ୍ୟବହାରରେ ମଧ୍ୟ ପରିବର୍ତ୍ତନ ଆସିଥିବା ସୂଚନା ମିଳିଛି। ଅନ୍ୟ ବନ୍ଦୀମାନଙ୍କ ସହିତ ସେ ଅଧିକ କିଛି କଥାବାର୍ତ୍ତା ହେଉନାହିଁ। ତାକୁ କଡ଼ା ସୁରକ୍ଷାରେ ରଖାଯାଇଥିବାବେଳେ ସେ ୨୪ଘଣ୍ଟିଆ ସିସି କ୍ୟାମେରା ନଜରରେ ରଖାଯାଇଥିବା ଜଣେ ଅଧିକାରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe