ଗଧିଆ ଆତଙ୍କ : ଲୋକଙ୍କୁ ଆକ୍ରମଣ, ଗାଈ ମାରି ଖାଇଲା

Advertisment
ଗଧିଆ ଆତଙ୍କ : ଲୋକଙ୍କୁ ଆକ୍ରମଣ, ଗାଈ ମାରି ଖାଇଲା

YouTube

ପୁରୀ : ପୁରୀ ବାଲୁଖଣ୍ଡ ବନାଞ୍ଚଳ ଅଧୀନରେ ଆସୁଥିବା ରାହାଙ୍ଗିରିଆରେ ଏକ ଗଧିଆ ଗାଁ ଲୋକଙ୍କ ସମେତ ଗାଈଗୋରୁଙ୍କୁ ଆକ୍ରମଣ କରିଛି। ଗତକାଲି ରାତିରେ ଗାଁର ଜଣେ ବ୍ୟକ୍ତିଙ୍କ ଗାଈକୁ ଏହି ଗଧିଆ ମାରି ଖାଇଦେବା ସହ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରିଛି। ଏ ନେଇ ରାହାଙ୍ଗିରିଆ ଗାଁରେ ଆତଙ୍କ ଦେଖାଦେଇଛି। ଏବେ ବି ଏକାଧିକ ଗଧିଆ ଏହି ଗାଁ ଆଖପାଖରେ ବୁଲୁଥିବାରୁ ଲୋକେ ରାତିରେ ଘରୁ ବାହାରିବାକୁ ଭୟ କରୁଛନ୍ତି। ମିଳିଥିବା ସୂଚନା ମୁତାବକ, ଗତକାଲି ରାତିରେ ଏକ ଗଧିଆ ଜଣେ ବ୍ୟକ୍ତିଙ୍କ ଗାଈକୁ ମାରି‌ ଦେଇଥିବାର ଲୋକେ ଦେଖିବାକୁ ପାଇଥିଲେ। ଗଧିଆଟି ଗାଈର ପେଟତଳୁ କାମୁଡ଼ି ଖାଇ ଦେଇଥିଲା। ଗାଁ ଲୋକେ ପଳାଇ ଆସିବାରୁ ଗଧିଆଟି ଦଉଡ଼ି ପଳାଇଥିଲା। ଏହାର କିଛି ସମୟ ପରେ ଆଉ ଏକ ଗଧିଆକୁ ଗାଁ ଲୋକେ ଦେଖିବାକୁ ପାଇଥିଲେ। ସେପଟେ ରାହାଙ୍ଗିରିଆ ପାଖ ଗାଁର ଜଣେ ବ୍ୟକ୍ତିଙ୍କ ଗୋଡ଼କୁ ଗଧିଆ କାମୁଡ଼ି ଦେଇଥିବା ଜଣାପଡ଼ିଛି। ଏ ନେଇ ଗାଁ ‌ଲୋକେ ରାତିରେ ପହରା ଦେଉଥିବା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe