ଖଣ୍ଡବର ଜଙ୍ଗଲରେ ପଡ଼ିଛି ହେଟାବାଘର ମୃତଦେହ

Advertisment
ଖଣ୍ଡବର ଜଙ୍ଗଲରେ ପଡ଼ିଛି ହେଟାବାଘର ମୃତଦେହ

livehindustan.com

ହରଭଙ୍ଗା : ବୌଦ୍ଧ ବନଖଣ୍ଡ ଅଧୀନ ଖଣ୍ଡବର ଜଙ୍ଗଲରେ ଏକ ହେଟାବାଘର ମୃତଦେହ ପଡ଼ିଥିବା ଦେଖାଯାଇଛି। ପ୍ରାପ୍ତ ସୂଚନା ମତେ ବୁଧବାର ଖଣ୍ଡବର ଜଙ୍ଗଲକୁ କିଛିଲୋକ ଭୋଜି କରିବାକୁ ଯାଇଥିବା ବେଳେ ଜଙ୍ଗଲ ମଧ୍ୟରେ ଏକ ହେଟାବାଘ ମରି ପଡ଼ିଥିବା ଦେଖି ଭୟରେ ସେହିସ୍ଥାନରୁ ଫେରି ଯାଇଥିଲେ। ପ୍ରବଳ ଗନ୍ଧ ହେଉଥିବାରୁ ଏହା ୨/୩ଦିନ ପୂର୍ବରୁ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ଅପର ପକ୍ଷରେ ବନ ବିଭାଗ ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଛେଦ କରିବାକୁ ସକ୍ଷମ ହୋଇ ନଥିବାରୁ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରି ନାହିଁ। ତେବେ ହେଟାବାଘଟି ମରିବାର ଏକାଧିକ ଦିନ ବିତି ଯାଇଥିଲେ ମଧ୍ୟ ବନ କର୍ମଚାରୀ ଶବ ଉଦ୍ଧାର କରି ନଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe