I am a piece of gold in your cabinet: Deputy Chief Minister tells Chief Minister Photograph: (sambad.in)
ଭୁବନେଶ୍ବର: ସମ୍ପ୍ରତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓଙ୍କ ଏକ ମନ୍ତବ୍ୟ ନେଇ ରାଜ୍ୟ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ଉପମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି,ଏ ସରକାର ଲୋକଙ୍କ ସରକାର। ଆମ ଭିତରେ କୌଣସି ଭେଦଭାବ ନାହିଁ, ଟିକେ ଫରକ ରହିଛି।
ମୁଖ୍ୟମନ୍ତ୍ରୀଙ୍କ ସହିତ ଯେତେବେଳେ ଠିଆ ହୁଏ, ସେ ଗେଡା ଆଉ ମୁଁ ଡେଙ୍ଗା। ମୁଁ ଯେତେବେଳେ ତାଙ୍କ ସହିତ କଥା ହୁଏ ଆଖି ତଳକୁ କରି କଥା ହୁଏ, ସେ ଆଖି ଉପରକୁ କରି କଥା ହୁଅନ୍ତି। ଏହା ପ୍ରଭୁଙ୍କ ଲୀଳା, ଜମିକୁ ଏବଂ ମାଟିକୁ ଅନାଇ ଚାଲିବା ଦରକାର।
ଆମର ରାଜ୍ୟରେ ଭରପୁର ଖଣି ଖାଦାନ ଅଛି। ଆମ ରାଜ୍ୟରେ ଚାରୋଟି ଜିଲ୍ଲାରେ ସୁନା ଅଛି ଏବଂ ଆପଣଙ୍କ କ୍ୟାବିନେଟରେ ମୁଁ ଖଣ୍ଡେ ସୁନା ଅଛି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ତେବେ ଉପମୁଖ୍ୟମନ୍ତ୍ରୀ ଏଭଳି କହିବାର ଉଦ୍ଦେଶ୍ୟ କ’ଣ ସେନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି।
KV SInghdeo | CM Mohan Charan Majhi
Follow Us