I am also taking sides: Union Minister Dharmendra Pradhan's reaction on the Balasore student incident Photograph: (sambad.in)
ଭୁବନେଶ୍ବର: ବାଲେଶ୍ଵର ଛାତ୍ରୀଙ୍କ ଘଟଣା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ପୀଡିତା ଏବେ କ୍ରିଟିକାଲ କେୟାର ସେଣ୍ଟରରେ ଅଛନ୍ତି। ମୁଁ ତାଙ୍କ ପରିବାରଙ୍କୁ ଭେଟିଲି।
ଏହା ଅତି ଦୁର୍ଭାଗ୍ୟ ଜନକ ଘଟଣା। ପୀଡ଼ିତା ପରିବାରଙ୍କୁ ସମବେଦନା ଦେଲି। ଏବେ ସମସ୍ୟା ହେଉଛି ଝିଅଟି ଜଟିଳ ଅବସ୍ଥାରେ ଅଛି। ଡାକ୍ତରଙ୍କ ସହିତ ଆଲୋଚନା କଲି। ସେ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ। ଏହା ହିଁ ଆମ କାମନା।
ଏହା ସହିତ ୨-୩ ଘଟଣା ଯୋଡ଼ି ହୋଇ ରହିଛି ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି। ପ୍ରଶାସନିକ ପକ୍ଷ, ଆଇନ ପକ୍ଷ ଏବଂ ମୁଁ ଯେହେତୁ କେନ୍ଦ୍ର ଶିକ୍ଷା ବିଭାଗ ଦାୟିତ୍ବରେ ଅଛି, ମୁଁ ମଧ୍ୟ ନିଜକୁ ଗୋଟେ ପକ୍ଷଭୁକ୍ତ କରୁଛି।
ଆମ ସମାଜର ଅବସ୍ଥା ଏବେ କଣ ହେଲାଣି। ଶିକ୍ଷା ବ୍ୟବସ୍ଥାରେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ସମ୍ପର୍କ କେଉଁଠି ପହଞ୍ଚିଲାଣି ତାହା ଚିନ୍ତାର ବିଷୟ। ଏହା ମୋତେ ଓଡ଼ିଆ ଅଭିଭାବକ ଭାବେ ଚିନ୍ତିତ କରିଛି। ରାଜ୍ୟ ସରକାର ଏହା ଉପରେ ଅତ୍ୟନ୍ତ ତ୍ବରିତ, ସ୍ପଷ୍ଟ ଏବଂ କଡ଼ା ଆଭିମୁଖ୍ୟ ଦେଖାଇଛନ୍ତି।
ମୁଖ୍ୟମନ୍ତ୍ରୀ ନିଜେ ମଧ୍ୟ ପୀଡ଼ିତାଙ୍କ ପରିବାରକୁ ଭେଟି ଆଲୋଚନା କରିଛନ୍ତି। ଅଧିକାରୀମାନେ ମଧ୍ୟ ତଦାରଖ କରୁଛନ୍ତି। ଏମ୍ସ ମଧ୍ୟ ନିଜର ଦାୟିତ୍ବ ତୁଲାଉଛନ୍ତି। ଯାହା ଉଚିତ୍ ପଦକ୍ଷେପ ହେବ ତାହା ଗ୍ରହଣ କରାଯିବ। ରାଜ୍ୟ ସରକାର ପ୍ରଶାସନିକ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ। ଶିକ୍ଷା ବ୍ୟବସ୍ଥାରେ ଏବେ ଯେଉଁ ପ୍ରଶ୍ନ ଉଠିଛି ଆମକୁ ତାକୁ ସାମ୍ନା କରିବାକୁ ପଡ଼ିବ।
ଅଧିକ ପଢ଼ନ୍ତୁ: ଅନ୍ୟଙ୍କୁ ଆତ୍ମରକ୍ଷା ଶିକ୍ଷା ଦେଉଥିବା ଛାତ୍ରୀ ନେଲେ ଏଭଳି ପଦକ୍ଷେପ
ବର୍ତ୍ତମାନ ଏହାର ରାଜନୈତିକ ଉତ୍ତର ନ ଦେବା ମୁଁ ଉଚିତ୍ ମନେ କରୁଛି। ଏବେ ଝିଅଟି ଯେଉଁ ଅବସ୍ଥାରେ ଅଛି ଆମର ପ୍ରଥମ ଦାୟିତ୍ବ ତାଙ୍କୁ ଉତ୍ତମ ଚିକିତ୍ସା ଦେବା। ଏହା ଜଣେ ଅଭିଭାବକ ଭାବେ ଆମର ଦାୟିତ୍ବ। ବାକି ରାଜନୀତି ଯାହାକୁ କରିବାର ଅଛି କରନ୍ତୁ। ଏପରି ଘଟଣା ଆମ ପାଇଁ ଅତ୍ୟନ୍ତ ଚିନ୍ତା ଜନକ ଓ ଗମ୍ଭୀର।
ରାଜ୍ୟର ନେତୃତ୍ୱ ଏବଂ ମୁଁ ସମସ୍ତେ ପରିସ୍ଥିତିକୁ ସାମ୍ନା କରିବା ପାଇଁ ଏକାଠି ହୋଇଛୁ। ଏଥିରେ କିଛି ଲୁଚେଇବାର ନାହିଁ। କାହାକୁ ଛଡା ଯିବ ନାହିଁ। ଏହାକୁ କଡ଼ା ନିନ୍ଦା କଲେ ମଧ୍ୟ କମ୍ ହେବ। ଏଥିପାଇଁ ଆମକୁ ଦାୟିତ୍ୱରେ ଯୋଡି ହେବାକୁ ପଡ଼ିବ। ମୁଁ ବି ଏଥିପାଇଁ ନିଜକୁ ଯୋଡ଼ିବାକୁ କହୁଛି। ରାଜ୍ୟ ସରକାର ଠିକ୍ ପଦକ୍ଷେପ ନେଇଛନ୍ତି ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
ଅଧିକ ପଢ଼ନ୍ତୁ: ଫାଶୀ ନିଶ୍ଚିତ ! ଅଧିକ କିଛି କରାଯାଇପାରିବ ନାହିଁ ବୋଲି କହିଲେ ଭାରତ ସରକାର Monalisha Parida profile image by Monalisha Parida
Dharmendra Pradhan | Fakir Mohan College | AIIMS Bhubaneswar
Follow Us