ଆପଣଙ୍କ ପାଖେ ମୁଁ ସାନ ହଳିଆ ହୋଇ ରହିବି: ଧର୍ମେନ୍ଦ୍ର

ଦେବଗଡ଼ରେ ବିଜେପିର ସମ୍ବଲପୁର ଲୋକସଭା ପ୍ରାର୍ଥୀଙ୍କ ନିର୍ବାଚନ ପ୍ରଚାର

ଆପଣଙ୍କ ପାଖେ ମୁଁ ସାନ ହଳିଆ ହୋଇ ରହିବି: ଧର୍ମେନ୍ଦ୍ର

ଦେବଗଡ଼: ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବେ କି ନାହିଁ? ସେହି ବିଶ୍ବାସ ଅଛି କି ନାହିଁ? ସମ୍ବଲପୁର ଲୋକସଭାରେ ଆପଣମାନେ ବିଜେପିକୁ ଜିତାଇବେ କି ନାହିଁ? ମତେ ଆପଣମାନେ ହଳିଆ ରଖିବେ କି ନାହିଁ? ଦେବଗଡ଼ରେ ଆଜି ନିର୍ବାଚନ ପ୍ରଚାର ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି। ଏଠାରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରି ଶ୍ରୀ ପ୍ରଧାନ କହିଛନ୍ତି,  ମୁଁ ଆପଣମାନଙ୍କର ହଳିଆ। ଆପଣମାନେ ହେଉଛନ୍ତି ମୋର ସାହୁକାର। ପ୍ରଧାନମନ୍ତ୍ରୀ ମୋଦୀ ବଡ଼ ହଳିଆ ଓ ମୁଁ ସାନ ହଳିଆ ହୋଇ ଆପଣଙ୍କ ପାଖେ ରହିବି।

ଶ୍ରୀ ପ୍ରଧାନ କହିଛନ୍ତି, ଓଡ଼ିଶାରେ ମୋଦୀଙ୍କ ଡବଲ ଇଞ୍ଜିନ ସରକାର ହେଲେ ଦେବଗଡରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସବୁ ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘର ଦିଆଯିବ। କ୍ୱିଣ୍ଟାଲ ପିଛା ଧାନର ଏମଏସପି ବୃଦ୍ଧି କରାଯିବ। ସ୍ୱଚ୍ଛ ପାନୀୟ ଜଳ ନେଇ ଥିବା ସମସ୍ୟା ଦୂର ହେବ। ସ୍କୁଲରେ ଶିକ୍ଷକ ପଦବି ପୂରଣ ହେବା ସହ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସୁଧାର ଅଣାଯିବ। ଦେବଗଡବାସୀଙ୍କ ସୁଖ ଦୁଃଖରେ ମୁଁ ନିଜକୁ ସବୁବେଳେ ସାମିଲ କରିଛି ଓ ଆଗକୁ ମଧ୍ୟ କରିବି। ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ସମୟରୁ ଦେବଗଡରେ ପରିବର୍ତ୍ତନ ହୋଇଛି। ମୋଦୀ ସରକାରରେ ଦେବଗଡ଼ ଜିଲ୍ଲାର ବିକାଶ ପାଇଁ ୨୨୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଆସିଛି।

publive-image

ଆଜି ପୂର୍ବାହ୍ନରେ ଶ୍ରୀ ପ୍ରଧାନ ଦେବଗଡ଼ ବିଜେପି କାର୍ଯ୍ୟାଳୟରେ ଏକ ସାଙ୍ଗଠନିକ ବୈଠକରେ ଯୋଗ ଦେଇ ଦଳୀୟ କର୍ମୀଙ୍କ ସହ ଆଲୋଚନା କରିବା ସହ ନିର୍ବାଚନରେ ଗଡ଼ ଦାଖଲ ପାଇଁ ଦଳୀୟ ପଦାଧିକାରୀ ଓ କର୍ମୀଙ୍କୁ ମନ୍ତ୍ର ଦେଇଥିଲେ। ବୈଠକ ପରେ ବିଜେପି କାର୍ଯ୍ୟାଳୟ ଠାରୁ ଦଳୀୟ କର୍ମୀମାନେ ଏକ ବିରାଟ ବାଇକ ଶୋଭାଯାତ୍ରାରେ ନଗର ପରିକ୍ରମା କରିବା ସହ ତିଳେଇବଣି ବ୍ଲକ ବଣିଆକିଲିଣ୍ଡା ପଞ୍ଚାୟତ ନିକ୍ତିମାଲସ୍ଥିତ ସିଦ୍ଧେଶ୍ବର ମନ୍ଦିର ପ୍ରାଙ୍ଗଣରେ ଏକ ସାଧାରଣ ସଭା ଆୟୋଜନ କରାଯାଇଥିଲା।

ସାଧାରଣ ସଭା ପୂର୍ବରୁ ମନ୍ତ୍ରୀ ଶ୍ରୀ ପ୍ରଧାନ ସିଦ୍ଧେଶ୍ବର ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ପରେ ସେ ସାଧାରଣ ସଭାରେ ଯୋଗ ଦେଇଥିଲେ। ସିଦ୍ଧେଶ୍ୱର ମନ୍ଦିର ପରିଚାଳନା କମିଟି ସଭାପତି ଚନ୍ଦ୍ରଶେଖର ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଜିଲ୍ଲା ବିଜେପି ସଭାପତି ଅରୁଣ କୁମାର ସାହୁ, ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀ, ସାଂସଦ ନୀତେଶ ଗଂଗଦେବଙ୍କ ପ୍ରତିନିଧି ଯୋଗେଶ ପ୍ରଧାନ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ରଞ୍ଜିତ ପଟେଲ, ସାଂସଦଙ୍କ ଭାଇ ରୋହିତ ଗଙ୍ଗଦେବ, ବିଜେପିର ପୌର ପରିଷଦ ଅଧ୍ୟକ୍ଷା ପ୍ରାର୍ଥୀନୀ ମାଧବୀ ଦେବୀଙ୍କ ସମେତ ବହୁ ଦଳୀୟ ନେତୃବୃନ୍ଦ ଉପସ୍ଥିତ ରହି ଆଗାମୀ ନିର୍ବାଚନରେ ବିଜେପି ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଧାୟକ ପ୍ରାର୍ଥୀ ସୁବାଷ ଚନ୍ଦ୍ର ପାଣିଗ୍ରାହୀଙ୍କୁ ବିପୁଳ ଭୋଟରେ ବିଜୟୀ କରାଇବାକୁ ଆହ୍ୱାନ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe