ମୁଁ ନିଜକୁ ଅସୁରକ୍ଷିତ ମଣୁଛି: ମତେ ସୁରକ୍ଷା ଦିଅନ୍ତୁ, ପ୍ରଧାନମନ୍ତ୍ରୀଙ୍କୁ ପ୍ରଦୀପ ପାଣିଗ୍ରାହୀଙ୍କ ଚିଠି

Advertisment
ମୁଁ ନିଜକୁ ଅସୁରକ୍ଷିତ ମଣୁଛି: ମତେ ସୁରକ୍ଷା ଦିଅନ୍ତୁ, ପ୍ରଧାନମନ୍ତ୍ରୀଙ୍କୁ ପ୍ରଦୀପ ପାଣିଗ୍ରାହୀଙ୍କ ଚିଠି

ବ୍ରହ୍ମପୁର: ବ୍ରହ୍ମପୁରର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ସୁରକ୍ଷା ମାଗିଛନ୍ତି। ସେ ଚିଠିରେ ଉଲ୍ଲେଖ କରିଛନ୍ତି ମ‌ୋ ଜୀବନ ପ୍ରତି ବିପଦ ରହିଛି। ମୁଁ ନିଜକୁ ଅସୁରକ୍ଷିତ ମଣୁଛି। ମତେ ସୁରକ୍ଷା ଯୋଗାଇ ଦିଅନ୍ତୁ। ଗଞ୍ଜାମରେ ନିର୍ବାଚନୀ ସମୟରେ ହିଂସା ଦିନକୁ ଦିନ ବଢିବାରେ ଲାଗିଛି॥ ଏଭଳି ସମୟରେ ପ୍ରଦୀପ ନିଜକୁ ଅସୁରକ୍ଷିତ ମଣୁଥିବା ଚିଠିରେ ଉଲ୍ଲେଖ କରିଛନ୍ତି।

ବ୍ରହ୍ମପୁରର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ଘଟଣାରେ ସ୍ୱାଧୀନ ପ୍ରାର୍ଥୀ ଶିବଶଙ୍କର ଦାସ ଗିରଫ ହୋଇଛନ୍ତି । ବ୍ରହ୍ମପୁର ବିଧାନସଭା ଆସନର ସ୍ୱାଧୀନ ପ୍ରାର୍ଥୀ ଶିବଶଙ୍କର ଦାସ ପ୍ରଦୀପଙ୍କୁ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଥିଲା । ପ୍ରଥମ ପର୍ଯ୍ୟାୟ ଭୋଟିଂ ବେଳେ ପ୍ରଦୀପ ପାଣିଗ୍ରାହୀଙ୍କୁ ଶିବଶଙ୍କର ଦାସ ଆକ୍ରମଣ କରିଥିଲେ । ପ୍ରଦୀପଙ୍କ ବେକ ଓ ଛାତିରେ ଆଘାତ ଲାଗିଥିବା ଅଭିଯୋଗ ହୋଇଥିଲା । ସେ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe