ମୁଁ ଭଲ ପ୍ରଦର୍ଶନ ପାଇଁ ଉଦ୍ୟମ କରିଛି:ରୋହିତ

Advertisment
ମୁଁ ଭଲ ପ୍ରଦର୍ଶନ ପାଇଁ ଉଦ୍ୟମ କରିଛି:ରୋହିତ

ଭୁବନେଶ୍ବର : ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିଲା ପରେ ରୋହିତ ପୂଜାରୀ ନିଜ ପ୍ରତିକ୍ରିୟା ରଖିଛନ୍ତି। ଆଜିର ଏହି କାର୍ଯ୍ୟାନୁଷ୍ଠାନ ବେଳେ ଶ୍ରୀ ପୂଜାରୀ ରାଜଧାନୀରେ ଉପସ୍ଥିତ ଥିଲେ। ତାଙ୍କ ସରକାରୀ ବାସଭବନ ଆଗରେ ଗଣମାଧ୍ୟମ ପ୍ରତିନିଧିମାନେ ଭିଡ଼ ଜମାଇଥିଲେ। କିଛି ସମୟ ପରେ ସେ ବାହାରକୁ ଆସି ଗଣମାଧ୍ୟମକୁ ସାମ୍ନା କରିଥିଲେ। ନିଜ ପ୍ରଦର୍ଶନକୁ ନିଜେ ସାର୍ଟିଫିକେଟ୍‌ ଦେଇଥିଲେ ବି ମାପିଚୁପି ମତ ରଖିଥିଲେ।

ସେ କହିଥିଲେ, ମନ୍ତ୍ରୀ ଭାବେ ମୁଁ ମୋ ବେଷ୍ଟ ଏଫର୍ଟ ଦେଇଛି। ମୁଖ୍ୟମନ୍ତ୍ରୀ ବୋଧେ ମୋ ଠାରୁ ଅଧିକ ଆଶା କରୁଥିଲେ। ବିଗତ ଦିନରେ ମୁଖ୍ୟମନ୍ତ୍ରୀ ମୋତେ ବହୁତ ଆଶୀର୍ବାଦ ଦେଇଥିଲେ। ମୋତେ ଜିଲ୍ଲା ସଭାପତି କରିଥିଲେ। ଉଠା ଜଳସେଚନ ନିଗମର ଅଧ୍ୟକ୍ଷ କରିଥିଲେ। ଦୁଇଦୁଇ ଥର ବିଜେଡି ଟିକେଟ ଦେଇଥିଲେ ଓ ଉପମୁଖ୍ୟ ସଚେତକ ବି କରିଥିଲେ। ପରେ ମନ୍ତ୍ରୀ କରିଥିଲେ। ମୋ ପକ୍ଷରୁ ସବୁ ପ୍ରକାର ଉଦ୍ୟମ କରିଛି। ଯଦି କୌଣସି କାରଣରୁ ମୁଖ୍ୟମନ୍ତ୍ରୀ ମୋର କାମ‌ରେ ସନ୍ତୁଷ୍ଟ ନଥିବେ ତେବେ ଏଥିପାଇଁ ଦୁଃଖ ନାହିଁ। ଆଗକୁ ସମୟ ଅଛି ଓ ଶିଖିବା ସହ କାମ କରିବି। ମୁଖ୍ୟମନ୍ତ୍ରୀ ଯାହା ଦାୟିତ୍ୱ ଦେବେ କରିବି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe