ବିଜୁଳି ଆଲୁଅ ଦେଖିନି ଏସ୍‌.ଦେଉଳା

ଗଜପତି ଜିଲ୍ଲା ସଦର ମହକୁମାଠାରୁ ମାତ୍ର ସାତ କିଲୋମିଟର ଦୂରରେ ଅଛି କାଶୀନଗର ବ୍ଲକ୍‌ ଅଧୀନରେ ଆସୁଥିବା କେ.ସୀତାପୁର ପଞ୍ଚାୟତର ଏସ୍‌‌. ଦେଉଳା। ଗ୍ରାମରେ ୧୮ରୁ......

Untitled-13

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ସଦର ମହକୁମାଠାରୁ ମାତ୍ର ସାତ କିଲୋମିଟର ଦୂରରେ ଅଛି କାଶୀନଗର ବ୍ଲକ୍‌ ଅଧୀନରେ ଆସୁଥିବା କେ.ସୀତାପୁର ପଞ୍ଚାୟତର ଏସ୍‌‌. ଦେଉଳା। ଗ୍ରାମରେ ୧୮ରୁ ଅଧିକ ଆଦିବାସୀ ପରିବାରର ପାଖାପାଖି ଶହେ ଲୋକ ବସବାସ କରୁଥିବା ବେଳେ ଗାଁକୁ ପକ୍କା ରାସ୍ତାଟିଏ ମଧ୍ୟ ନାହିଁ। ବିଜୁଳି ଆଲୁଅ ଦୂର କଥା, ଆଜି ପର୍ଯ୍ୟନ୍ତ ଗାଁକୁ ବିଦ୍ୟୁତ୍‌ ଖୁଣ୍ଟ ବି ପୋତାହୋଇନି। ସନ୍ଧ୍ୟା ହେଲେ ଲୋକେ ଡିବିରି ଓ ଲଣ୍ଠନ ବ୍ୟବହାର କରୁଛନ୍ତି। ଘରୁ ବାହାରିବା ପାଇଁ ଜଙ୍ଗଲୀ ଜନ୍ତୁଙ୍କ ଭୟ ରହିଥିବା ବେଳେ ବ୍ୟାଟେରିଯୁକ୍ତ ଟର୍ଚ୍ଚ ଆଲୁଅରେ ହିଁ ଅସମୟରେ କାମଦିଏ। ଗ୍ରାମବାସୀଙ୍କ ଅଭିଯୋଗ ହେଲା, ସେମାନେ ବାରମ୍ବାର ପ୍ରଶାସନ ନିକଟରେ ଗୁହାରି କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରି ନାହିଁ। ବିଦ୍ୟୁତ୍‌ ସଂଯୋଗ ନ ଥିବାରୁ ନିକଟସ୍ଥ ଗ୍ରାମରୁ ମୋବାଇଲ ଫୋନ୍‌ ଚାର୍ଜିଂ କରି ଆଣିବାକୁ ପଡୁଛି।  
 ପକ୍କାରାସ୍ତା ସହ ବିଦ୍ୟୁତ ଆଲୁଅ ଯୋଗାଇ ଦେବା ପାଇଁ  ଗ୍ରାମର ଲିନମ ଗମାଙ୍ଗ, ସଞ୍ଜବଣୀ ଭୂୟାଁ, ପୀନସ ଗମାଙ୍ଗ, ସୁରେଶ ରଇତ, ଜିଖଳ ଗମାଙ୍ଗ ପ୍ରମୁଖ ଗ୍ରାମବାସୀ ଅନୁରୋଧ କରିଛନ୍ତି। ଏନେଇ ଜିଲ୍ଲାପାଳ ମଧୁମିତାଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ବିଭାଗୀୟ ଅଧିକାରୀଙ୍କୁ ଉକ୍ତ ଗ୍ରାମ ପରିଦର୍ଶନ କରି ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେବେ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe