ରାସନ ଚାଉଳ ପାଇଁ ଯିବାକୁ ପଡ଼ୁଛି ୧୦ କିମି

Advertisment

କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ୍‌ର ଉପାନ୍ତ ସୁବର୍ଣ୍ଣଗିରି ପଞ୍ଚାୟତରେ ଗ୍ରାମବାସୀଙ୍କୁ ମୌଳିକ ସୁବିଧା ସାତସପନ ହୋଇଛି। ବ୍ଲକ୍‌ ସଦର ମହକୁମା ଠାରୁ ୩୫ କିମି ଦୂରରେ ଥିବା ଏହି ପଞ୍ଚାୟତବାସୀ ଏବେ  ରାସ୍ତାଯନ୍ତ୍ରଣା ଭଳି ସମସ୍ୟା ଭୋଗୁଥିବା ବେଳେ ପାନୀୟଜଳ

କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ୍‌ର ଉପାନ୍ତ ସୁବର୍ଣ୍ଣଗିରି ପଞ୍ଚାୟତରେ ଗ୍ରାମବାସୀଙ୍କୁ ମୌଳିକ ସୁବିଧା ସାତସପନ ହୋଇଛି। ବ୍ଲକ୍‌ ସଦର ମହକୁମା ଠାରୁ ୩୫ କିମି ଦୂରରେ ଥିବା ଏହି ପଞ୍ଚାୟତବାସୀ ଏବେ  ରାସ୍ତାଯନ୍ତ୍ରଣା ଭଳି ସମସ୍ୟା ଭୋଗୁଥିବା ବେଳେ ପାନୀୟଜଳ

sfhfshhfssfh

କୋଟଗଡ଼: କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ୍‌ର ଉପାନ୍ତ ସୁବର୍ଣ୍ଣଗିରି ପଞ୍ଚାୟତରେ ଗ୍ରାମବାସୀଙ୍କୁ ମୌଳିକ ସୁବିଧା ସାତସପନ ହୋଇଛି। ବ୍ଲକ୍‌ ସଦର ମହକୁମା ଠାରୁ ୩୫ କିମି ଦୂରରେ ଥିବା ଏହି ପଞ୍ଚାୟତବାସୀ ଏବେ  ରାସ୍ତାଯନ୍ତ୍ରଣା ଭଳି ସମସ୍ୟା ଭୋଗୁଥିବା ବେଳେ ପାନୀୟଜଳ, ବିଜୁଳି, ଶିକ୍ଷା, ସ୍ବାସ୍ଥ୍ୟ ଭଳି ସୁବିଧାରୁ ବଞ୍ଚିତ। ପଞ୍ଚାୟତରେ ୧୫ଟି ୱାର୍ଡ ରହିଥିବା ବେଳେ ତିନି ହଜାରରୁ ଅଧିକ ଲୋକ ବସବାସ କରୁଛନ୍ତି। ପାହାଡ଼ ଘେରରେ ଥିବା ଏହି ପଞ୍ଚାୟତର ଗ୍ରାମଗୁଡ଼ିକୁ ରାସ୍ତା ସଂଯୋଗ ନଥିବା ବେଳେ  ନିଜର ଦୈନନ୍ଦିନ ବ୍ୟବହାର ସାମଗ୍ରୀ ସହ କୌଣସି କାମରେ ପଞ୍ଚାୟତ କାର୍ଯ୍ୟାଳୟକୁ ଯିବାଆସିବା କରିବା ନିମନ୍ତେ ୮ରୁ ୧୦ କିମି ରାସ୍ତା ଚାଲିଚାଲି ଯିବାକୁ ପଡ଼ୁଛି। ପିଡିଏସ୍‌ ଚାଉଳ ହେଉ କି ଦୈନଦିନ ସାମଗ୍ରୀ ନିଜ ମୁଣ୍ତ ଓ ପିଠିରେ ବୋହି ଆବଡ଼ାଖାବଡ଼ା ଚଲ‌ାବାଟରେ ୧୦ କିମି ଯିବା ପଞ୍ଚାୟତବାସୀଙ୍କ ପାଇଁ ଯନ୍ତ୍ରଣାଦାୟକ ହୋଇଛି। ସକାଳୁ ଘରୁ ବାହାରିଲେ ଘରେ ପୁଣି ପହଁଚିଲା ବେଳକୁ ରାତି ହୋଇଯାଉଛି।

ସୁବର୍ଣ୍ଣଗିରି ପଞ୍ଚାୟତ: ଯେଉଁଠି ମୌଳିକ ସୁବିଧା ଅପହଞ୍ଚ

ଗ୍ରାମରେ କୌଣସି କାମଧନ୍ଦା ନଥିବା ବେଳେ ଅଧିକାଂଶ ଏବେ  ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ଯେଉଁମାନେ ଗାଁ’ରେ ରହୁଛନ୍ତି ସେମାନେ ଜଙ୍ଗଲଜାତ ଦ୍ରବ୍ୟ ଉପରେ ଭରସା କରି ଚଳୁଛନ୍ତି। କାରଣ ରାସ୍ତା ନଥିବାରୁ ଲୋକେ ପ୍ରତିଦିନ ବାହାର ଅଞ୍ଚଳକୁ କାମ ପାଇଲେ ମଧ୍ୟ ଯିବାଆସିବା କରିପାରୁ ନାହାନ୍ତି। ବାହାରେ କାମ କରିବାକୁ ଗଲେ ଭୋରରୁ ଯିବାକୁ ପଡ଼େ ଓ କାମ ସାରି ଘରକୁ ଫେରିବା ବେଳେ ଜଙ୍ଗଲ ରାସ୍ତାରେ ରାତିରେ ଯିବା କାଠିକର ହୋଇଥାଏ। ବର୍ଷା ହୋଇଗଲେ ପିଲାଙ୍କ ପାଠପଢ଼ା ସଂପୂର୍ଣ୍ଣ ବନ୍ଦ ହୋଇଯାଏ। ଗାଁ’ମାନଙ୍କରେ ବିଦ୍ୟୁତ ଥାଇ ନଥିଲା ସହିତ ସମାନ। ଅଧିକାଂଶ ସମୟ ଲୋଭୋଲଟେଜ କିମ୍ବା ବିଦ୍ୟୁତ କାଟ୍‌ ଲାଗି ରହିଥାଏ। ସେହିପରି ବିଏସ୍‌ଏନଏଲ୍‌ ମୋବାଇଲ ସେବା ଥିଲେ ବି ଅଧିକାଂଶ ସମୟ ନେଟ୍‌ୱର୍କ ରହୁନାହିଁ। ଏ ବାବଦରେ କୋଟଗଡ଼ ବ୍ଲକ୍‌ ପିଇଓ ଲଳିତ ସାହୁଙ୍କୁ ଯୋଗା‌ଯୋଗ କରିବାରୁ କୋଟଗଡ଼ ବ୍ଲକର ଅନେକ ଉପାନ୍ତ ପଂଚାୟତରେ ଏଭଳି ସମସ୍ୟାରେ ରହିଛି। ତାହା କିଭଳି ତୁରନ୍ତ ସମାଧାନ ହୋଇପାରିବ ସେଦିଗରେ ପଦକ୍ଷେପ ନିଆଯିବାକୁ ଉଦ୍ୟମ ହେଉଛି ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe